ବ୍ୟାସନଗର/Jayshankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ମିଡିଆ ସେଲ ଓ ଯାଜପୁର ଜିଲ୍ଲା ମିଡିଆ ସେଲର ଏକ ପରିବର୍ଦ୍ଧିତ ବୈଠକ ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ସଂଧ୍ୟ୍ୟାରେ ଜିଲ୍ଲା ମିଡିଆ ସେଲ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ଜିଲ୍ଲା ମିଡିଆ ସେଲ ସଭାପତି କାହ୍ନୁଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ଭା.ଜ.ପାର ଶକ୍ତି ବୃଦ୍ଧି ଦିଗରେ ମିଡିଆ ସେଲ ତା’ର ଗୁରୁ ଦାୟିତ୍ୱ ନିଭାଇ ଚାଲିଛି ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ, ସାଧାରଣ ସଂପାଦକ ଅରୁଣ ଦାସ ଓ ବିଶ୍ୱରଂଞ୍ଜନ ପଟ୍ଟନାୟକ, ଜିଲ୍ଲା ପଣ୍ଡିତ ଦୀନ ଦୟାଲ ଗରୀବ କଲ୍ୟାଣ ଯୋଜନା ସଂଯୋଜକ ପ୍ରସନ୍ନ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଦ୍ୟୁତପ୍ରଭା ରାୟ, ଉପ-ସଭାନେତ୍ରୀ ସବିତା ଖୁଣ୍ଟିଆ, ସଂପାଦିକା ରୀନା ପାତ୍ର, ବ୍ୟାସଦେବ ମଣ୍ଡଳ ଉପ-ସଭାପତି ବସନ୍ତ କୁମାର ପାତ୍ର ଓ ଯଶୋବନ୍ତ ମଲ୍ଲିକ, ସଂପାଦକ ସମୀର ମିଶ୍ର, ନାରୀ ନେତ୍ରୀ ସରିତା ଗୁପ୍ତା, ସୁମିତ୍ରା ମିଶ୍ର, ଗୋଲାପ ମଲ୍ଲିକ, ପୂଜା ଦାସ, କାଂଚନ ନାୟକ, ବେଟି ଦାସ,ବରିଷ୍ଠ ଭା.ଜ.ପା ନେତା ନିରଞ୍ଜନ ବଳ, କାଳୀପଦ ମଣ୍ଡଳ, ଆଡଭୋକେଟ ବିଦ୍ୟାଧର ମହାନ୍ତି, ପ୍ରିତିପାଲ ସିଂହ, ଅସିତ ଦାସ, ସଂଜୟ ମହାନ୍ତି, ପ୍ରଦୀପ ବିଶ୍ୱାଳ, ଶ୍ୟାମସୁନ୍ଦର ମହାରଣା ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ତୃଣମୂଳ ସ୍ତରରେ ପହଚାଂଇବା ସହ ଏଗୁଡିକର ଫାଇଦା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଉପରେ ମତବ୍ୟକ୍ତ କରିଥିଲେ । ବ୍ୟାସଦେବ ମଣ୍ଡଳ ମିଡିଆ ସେଲ ସଭାପତି ସନ୍ତୋଷ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ମିଡିଆ ସେଲ ସଂପାଦକ ରାଜେଶ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।