କୁଚିପାଲିରେ କଲ୍ୟାଣମଣ୍ଡପର ଶିଳାନ୍ୟାସ

0 2

ସୋହେଲା :-ସୋହେଲା ବ୍ଲକ୍ କୁଚିପାଲି କାଳୀମନ୍ଦିର ନିକଟରେ ଏକ ନୂତନ ମଣ୍ଡପର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ କମିଟି ସଭାପତି ଲୋକେଶ୍ଵର ସିଂ ବାରିହାଙ୍କ ସଭାପତିତ୍ବରେ ତ୍ବରେ କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ପୂର୍ବତନ ବିଧାୟ ଧାୟକ ମହମ୍ମଦ ରଫିକ ଓ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବ ଯାତ୍ରୀମାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା ଓ ସ୍ମୃତିଚାରଣ କରାଯାଇଥିଲା । ପରେ ବିଧାୟକଆଚାର୍ଯ୍ୟ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ | କାର୍ଯ୍ୟକ୍ରମରେ ଲିଙ୍ଗରାଜ ପଧାନ, ଶିବପ୍ରସାଦ ମେହେର, ନିମାଇଁ ସାହୁ, ପ୍ୟାରୀଲାଲ ବାରିକ, ଶଙ୍କର ମେହେର, ପବିତ୍ର ଦେହେରୀ, ଉପେନ୍ଦ୍ର ପଧାନ, ଶାନ୍ତ
ପଧାନ, ବସନ୍ତ ମେହେର, ସୁରୁବାବୁ ଚୌହାନ, ଶୋଭାଚନ୍ଦ୍ର ପଧାନ, ମଣ୍ଟୁ ଅଗ୍ରୱାଲ, ଅନନ୍ତ ମେହେର, ରାମ ପଧାନ, ଅମୂଲ୍ୟ ମେହେର, ମୁରଲୀ ପଟେଲ, କୈଳାସ ବିଶ୍ବାଳଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.