ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ କୃଷକ, ମଜଦୁର୍ ଏବଂ କଳାକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ହାସଲ ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି I ଏହି ଅବସରରେ ସହ ସହ କୃଷକ, ମଜଦୁର୍ ଏବଂ କଳାକାରଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପୂର୍ବାହ୍ନ 10 ଘଣ୍ଟ ସମୟରେ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରୁ ଆରମ୍ଭ ହୋଇ ମେଇନ୍ ରୋଡ ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରି ସାରିବା ପରେ ଦିବା 11 ଘଣ୍ଟା ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I କାର୍ଯ୍ୟକ୍ରମର ଆରମ୍ଭରେ ସ୍ଥାନୀୟ କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ଅଧ୍ୟକ୍ଷ ସଚିନ୍ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ I ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ମୁଖ୍ୟ ଅତିଥି ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ତଥା ଜଳ ସେଚନ, ମଣ୍ଡି ବ୍ୟବସ୍ଥା,କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ବଜାର ସୃଷ୍ଟି, ଶିତଳ ଭଣ୍ଡାର ନିର୍ମାଣ, ମଜଦୂର ଏବଂ କଳାକାରଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିବା ସହିତ ଏଥି ପ୍ରତି ବାରମ୍ବାର ଦାବି କରାଗଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ I ଏହା ସହିତ ଜାଣିଶୁଣି ଚାଷୀ, କଳାକାର ଏବଂ ମଜଦୁର୍ ଙ୍କୁ ବିଭିନ୍ନ ରାଜନୈତିକ ଦଳୀୟ ଭିତ୍ତିରେ ବିଭାଜନ ସୃଷ୍ଟି କରାଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ I ତେଣୁ ଆଗାମୀ ଦିନରେ କୃଷକ, ମଜଦୁର୍ ଏବଂ କଳାକାରଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧ ଯୋଗାଇଦେବା ଏବଂ ସେମାନଙ୍କୁ ଉପଯୁକ୍ତ ସାମ୍ମନା ଯୋଗାଇଦେବା ଦାବିରେ କୃଷକ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସଚିନ ଚେତାବନୀ ଦେଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମଞ୍ଚ କଳାକାର ଓ ଲେଖକ ପ୍ରଫୁଲ୍ଲ ବେହେରା,
ବରିଷ୍ଠ କଳାକାର ସୁରେନ୍ଦ୍ର ପ୍ରଧାନ,ଶ୍ରୀ ନୃସିଂହନାଥ କୃଷକ ସଂଗଠନ, ଉପସଭାପତି ସାନୁଜ କୁମାର ସ୍ବାଇଁ,ମଧୁସୂଦନ ନିର୍ମାଣ ଶ୍ରମିକ ସଂଘ ବଦାଙ୍ଗି ଶାଖା ସଭାପତି ସୁବାସ ଗୌଡ, ବଦାଙ୍ଗି ଶାଖା, ସଂଚାଳକ ସଂଗ୍ରାମ କେଶରୀ ସେଠୀ,ଗୋବରା, କୋଷାଧ୍ୟକ୍ଷ ସନାତନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଶ୍ରୀ ନୃସିଂହନାଥ କୃଷକ ସଂଗଠନ ଉପସଭାପତି ସାନୁଜ ସ୍ୱାଇଁ, ସମ୍ପାଦକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରହରି ଗୌଡ଼, ସ୍ଵେଚ୍ଛାସେବୀ ଅରୁଣ ଭାଇ, ରାମ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଯୂବ ସ୍ଵେଚ୍ଛାସେବୀ ଚିନ୍ମୟ ପ୍ରସାଦ ପରିଡା ମଂଚ ସଂଯୋଜନା କରିଥିଲେ I
Sign in
Sign in
Recover your password.
A password will be e-mailed to you.