ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ।
ହୋଟେଲ , ଠିକାଦାର , ଦୋକାନୀ , କାରଖାନା , ଶିଳ୍ପ ଭଲି ଯେ କୌଣସି ଘରଇ ମାଲିକ ଶିଶୁ ଶ୍ରମିକ ମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରନ୍ତି ସେ ବିଷୟରେ ଏହି ରଥ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତା କରାଯିବ।
ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଉଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଛି । ୧୪ ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା , ୧୫ ରୁ ୧୮ ବର୍ଷ କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି କାର୍ଯ୍ୟରେ ନିଯୁକ୍ତ କରିବା ଘଟଣା ଦୃଷ୍ଟି ଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରି ପାରିବେ କିମ୍ବା ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ପ ଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ଼ ଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବିଭିନ୍ନ ସମୟରେ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ ବ୍ୟବସ୍ଥା ସହ ପାଠପଢ଼ା ଓ ଅନ୍ୟାନ୍ୟ ଦାୟିତ୍ୱ ସରକାରଙ୍କ ତରଫରୁ ବହନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା , ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post