ଯାଜପୁର ଜିଲ୍ଲାର କୋରେଇ ବ୍ଲକର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ଖବର ପାଇଲେ ମୁଖ୍ୟମନ୍ତ୍ରୀ

0

ତାଙ୍କୁ ତୁରନ୍ତ ଘର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 

ଭୁବନେଶ୍ୱର/୧୨ ଜୁନ ୨୦୨୫: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ୪୧ ବର୍ଷୀୟ ଜଣେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଶ୍ରୀ ପ୍ରଫୁଲ୍ଲ କୁମାର ଦାସଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ଖବର ପାଇ ତାଙ୍କୁ ଘର ଯୋଗାଇଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶ୍ରୀ ଦାସଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏକ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ତାଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୫ ହଜାର ଟଙ୍କା ଯୋଗାଇ ଦିଆଯିବ। ସୂଚନା ଅନୁଯାୟୀ ଶ୍ରୀ ଦାସଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୩୫୦୦ ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫ କିଲୋଗ୍ରାମ ଚାଉଳ ଦିଆଯାଉଥିବା ବେଳେ, ଯିବା ଆସିବା ପାଇଁ ଏକ ଧଳା ବାଡି (Blind Stick) ଦିଆଯାଇଛି।

Leave A Reply

Your email address will not be published.