ପୁରୀ , ୧୧/୬ -ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ସଂସ୍କୃତି ପରିଷଦ ପକ୍ଷରୁ ଏକ ଭଜନ କାର୍ଯ୍ୟକ୍ରମ ଏମାର ମଠ ଚକଡା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର ଉଦଘାଟନ କରିବା ସହ ମହାପ୍ରଭୁଙ୍କ ପ୍ରତି ଏହି ଭଜନ ଭକ୍ତି ନୈବେଦ୍ୟ ସଦୃଶ୍ୟ।ପରିବେଷଣ କରୁଥିବା କଳାକାର ଓ ଶ୍ରବଣ କରୁଥିବା ଶ୍ରଦ୍ଧାଳୁ ପ୍ରଭୁ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ସେ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପସ୍ଥାପକ ଦଣ୍ଡପାଣି ମହାପାତ୍ର ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ମଞ୍ଚ ସଂଞ୍ଚାଅଯଳନ କରିଥିଲେ।କଳାକାର ମାନଙ୍କ ଭଜନ, ଜଣାଣ ପରିବେଷଣରେ ହଜାର ହଜାର ଭଜନ ପ୍ରେମୀ ମାନେ ଭାବ ଭକ୍ତିରେ ଭାବବିହ୍ବଳ ହୋଇପଡିଥିଲେ ।
Sign in
Sign in
Recover your password.
A password will be e-mailed to you.