ରୋଟାରୀ କ୍ଳବ୍ ଦ୍ବାରା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ,୪୦ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ

0

ଓଡ଼ଗାଁ,୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଆରଡ଼ା ପଞ୍ଚାୟତ ଆରଡ଼ା ପ୍ରାଥମିକ ବିଦ୍ୟାଳୟରେ ନୟାଗଡ଼ ରୋଟାରୀ କ୍ଲବ ଆନୁକୁଲ୍ୟରେ ବୁଧବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଟେକନିସିଆନ ବିଷ୍ଣୁପ୍ରିୟା ଦଳେଇଙ୍କ ସହ ଅନ୍ୟ ସହଯୋଗୀ ମାନଙ୍କ ଦ୍ବାରା ସ୍ଥାନୀୟ ଗ୍ରାମାଞ୍ଚଳର ପ୍ରାୟ ୪୦ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଏବଂ ମୋତିଆବିନ୍ଦୁ ବିନ୍ଦୁ ଅପରେସନ ପାଇଁ ୮ ଜଣଙ୍କୁ ରୋଟାରୀ ଆଇ ହସ୍ପିଟାଲ ଭୁବନେଶ୍ୱରକୁ ନିଆ ଯାଇଥିଲା ।

ଆଜି ସେମାନଙ୍କର ଅପରେସନ ପରେ ଗୁରୁବାର ରୋଟାରୀ କାର୍ଯ୍ୟକ୍ରମ ସଂସ୍ଥାପକ ସେମାନଙ୍କୁ ତାଙ୍କର ନିଜ ସହାୟତାରେ ଘରେ ଛାଡ଼ିବାର ବ୍ୟବସ୍ଥା ରହିଛି। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ନୟାଗଡ଼ ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ କୁମାର ଖଟେଇ ସମ୍ପାଦକ ଅବିନାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଞ୍ଚାୟତର ସରପଞ୍ଚ ସୁନୀତା ସାହୁ ଉପସ୍ଥିତ ରହିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସହିତ ଅନ୍ୟ ରୋଟାରୀଆନ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.