ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ଟିମ୍

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ଐତିହାସିକ ରଥଯାତ୍ରା ପାରଳାଖେମୁଣ୍ଡି ଠାରେ ବହୁ ବର୍ଷ ଧରି ଆୟୋଜନ ହେଇଆସୁଛି। ଆଗମୀ ଦିନରେ ହେବାକୁ ଥିବା ରଥଯାତ୍ରା ପୂର୍ବ ରୁ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବର , ପୂର୍ବତନ ବିଧାୟକ କେ. ନାରାୟଣ ରାଓ , ବରିଷ୍ଠ ନେତା ସି.ଏଚ୍. ସୀମାଦ୍ରି , କାଉନସିଲର ବିଭୂତି ଭୂଷଣ ବେହେରା , ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଦିଲୀପ ଦାସ , ଟି.ବସନ୍ତ କୁମାର , ଦାରପୁ ରାଜେଶ୍ ଓ ଅନ୍ୟ ପ୍ରମୁଖ ନେତୃବୃନ୍ଦ। ବହୁ ବର୍ଷ ଧରି ଚାଲିଥିବା ୩ଟି ରଥ ଗଡୁଥିବା ପରମ୍ପରା କିଛି ବର୍ଷ ବନ୍ଦ ହୋଇଯାଇଥିଲା କିନ୍ତୁ ତତ୍କାଳୀନ ବିଧାୟକ କେ.ନାରାୟଣ ରାଓ ନିର୍ବାଚିତ ହେଲା ପରେ ସେ ଏହି ପୁରୁଣା ପରମ୍ପରା କୁ ପୁନଃ ଆରମ୍ଭ କରି ପାରଳା ସହରର ବଡ ଦାଣ୍ଡ ରେ ତିନି ରଥ ଗଡିଥିଲା।
ସେହିପରି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ ଏହି ଟିମ୍। ନୂତନ ବିଜେପି ସରକାର ମନ୍ଦିର ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଯୋଗୁଁ ବିଜେପି ସଭାପତି ଓ ପୂର୍ବତନ ବିଧାୟକଙ୍କ ସମେତ ସମସ୍ତେ ସରକାରଙ୍କୁ ଧନ୍ୟବାଦ ଦେବା ସହ ଏହି ନୂଆ ସରକାର ସମୟରେ ପାଣ୍ଠି ର ଅଭାବ ରହିବ ନାହିଁ ଯେତେ ଶୀଘ୍ର କାମ ଆଗକୁ ବଢ଼ିବ ପୁଣି ଥରେ ପାଣ୍ଠି ଆସିବ ବୋଲି ମନ୍ଦିର ନିର୍ମାଣ କମିଟିକୁ କହିଥିଲେ।

Leave A Reply

Your email address will not be published.