କେନ୍ଦୁଝର ଜିଲ୍ଲା ତେଲକୋଇ ଆମ୍ରପଲ୍ଲୀ ଆମ୍ବ ଇଟାଲୀ ବଜାରରେ ଆଦର ପାଇବ

0

କେନ୍ଦୁଝର,ତା୯/୬- କେନ୍ଦୁଝର ତେଲକୋଇ ଅଞ୍ଚଳର ଆମ୍ବ ଚାଷୀ ଜାନକୀ ପ୍ରଧାନ, ମହେଶ୍ୱର ପ୍ରଧାନ, ଯଶୋଦା ପ୍ରଧାନ, ପଞ୍ଚାନନ ସାହୁଙ୍କ ବଗିଚାରୁ ଉନ୍ନତ ମାନର ଆମ୍ରପଲ୍ଲୀ ଆମ୍ବ ଚଳିତ ବର୍ଷ ଇଟାଲୀର ଖାଉଟି ବଜାର ଦଖଲ ଅଭିଯାନ ଆରମ୍ଭ କରିଛି। ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇ ଟନ ଆମ୍ବକୁ ବିଜିନେସ ମ୍ୟାନେଜର ଗାୟତ୍ରୀ ପରିଡା, ସ୍କିଲ ମ୍ୟାନେଜର ଲକ୍ଷ୍ମୀଧର ମିଶ୍ର ପ୍ରକଳ୍ପ ନିର୍ବାହୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିଧାସଳଖ ଆମ୍ବ ବଗିଚାରୁ ଉନ୍ନତ ମାନର ପ୍ୟାକିଂ କରାଯାଇ ଏଗ୍ରିକଲଚରାଲ ଏଣ୍ଡ ପ୍ରୋସେସଡ଼ ଫୁଡ ପ୍ରଡକ୍ଟସ ଏକ୍ସପର୍ଟ ଡେଭଲପମେଣ୍ଟ ଅଥରିଟି କଲକାତା ଦ୍ୱାରା ମେସର୍ସ ଜୟ ଜଗନ୍ନାଥ ଏଣ୍ଟରପ୍ରାଇଜେସ,ଦୁତା ପୁକୁର, ପଶ୍ଚିମବଙ୍ଗ ସହଯୋଗରେ ବିମାନ ଯୋଗେ ଇଟାଲୀ ପଠାଯାଇଛି।ଚାଷୀଙ୍କୁ ଆମ୍ବ କିଲୋ ପିଛା ଚାଳିଶ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ବିଶାଲ ସିଂହ,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମାର ନାଗଭୂଷଣ, ଓରମାସ ଯୁଗ୍ମ କାର୍ଯ୍ୟ ନିର୍ବାହୀ ସପନ ଗୋସ୍ୱାମୀ,ପ୍ରମୁଖ ଚାଷୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ପ୍ରତିବର୍ଷ ପରି ଚଳିତ ଆମ୍ବ ବଜାରରେ ଆଠ ଟନରୁ ଉର୍ଦ୍ଧ୍ବ ଆମ୍ବ ସୁଲଭ ମୂଲ୍ୟରେ ଜିଲ୍ଲାର ଗ୍ରାହକ ମାନଙ୍କୁ ଯୋଗାଇ ଦିଆ ଯାଇଛି। ଓରମାସ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗରେ କାଞ୍ଜିପାଣି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ତେଲକୋଇ ଦ୍ୱାରା ୧୦କେ ଏଫପିଓ ସ୍କିମ ସହିତ ଓରମାସର କ୍ଲଷ୍ଟର ବେସଡ଼ ବିଜିନେସ ଅର୍ଗାନାଇଜେସନ ଦ୍ୱାରା ଏହି ଇଟାଲୀର ଖାଉଟି ବଜାର ଦଖଲ ଉଦ୍ୟମ ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

Leave A Reply

Your email address will not be published.