ଓଡ଼ଗାଁ,୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଗୁମୀ ଗ୍ରାମର ଯୁବକ ମାନସ ରଞ୍ଜନ ସାହୁଙ୍କୁ ଠକେଇ ଅଭିଯୋଗରେ ଓଡ଼ଗାଁ ପୋଲିସ ଶନିବାର ଗିରଫ କରିଛନ୍ତି। ଏନେଇ ଓଡ଼ଗାଁ ଥାନାରେ ୧୬୫/୨୦୨୫ ମାମଲା ଅନୁସାରେ ଅଭିଯୁକ୍ତ ମାନସ ରଞ୍ଜନ ସାହୁ କୁରାଳ ପାଇକରା ସାହିର ଜ୍ୟୋତି ପାଣିଗ୍ରାହୀ(୪୨), ସିଙ୍ଗାରପଲ୍ଲୀ ବନ୍ତଳାର ସୁନୀଲ ସାହୁ(୨୩) ଏବଂ ବାହାଡ଼ାଝୋଲା ମାଣିକ ପାଟଣାର ବଳରାମ ସାହୁ(୨୭), ଅଶୋକ କୁମାର ସାହୁ (୩୯), ଏବଂ ସନ୍ତୋଷ କୁମାର ସାହୁ(୪୨) ଅଭିଯୁକ୍ତ ମାନସ ରଞ୍ଜନ ସାହୁଙ୍କ ଠାରୁ ନିଜ ଦୋକାନରେ ବିକା କିଣା କରିବା ନିମନ୍ତେ ରାସନ ସାମଗ୍ରୀ ରଖି ଟଙ୍କା ଦିଅନ୍ତି । ମାନସ ନିଜର ଏକ କମ୍ପାନୀ ମାଧ୍ୟମରେ ଏସବୁ ସାମଗ୍ରୀ ରିଟେଲର ଦୋକାନୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେଇଥାଏ । ତେବେ ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ତାରିଖରେ ରାସନ୍ ସାମଗ୍ରୀ ଯୋଗାଇଦେବା ନିମନ୍ତେ ରଞ୍ଜନ ଅଭିଯୋଗକାରୀଙ୍କ ଠାରୁ ୩୪ଲକ୍ଷ୍ୟ ଟଙ୍କା ନେଲା ପରେ ଆଉ ଫେରି ନଥିଲା । ଅପ୍ରେଲ ୪ ତାରିଖରେ ଏହି ଅଭିଯୋଗକାରୀମାନେ ମାନସର ଘରକୁ ଯାଇ ଟଙ୍କା ମାଗିଥିଲେ । ଗାଳିଗୁଲଜ କରି ଜୀବନରେ ମାରିଦେବାର ଭୟ ଦେଖାଇ ମାନସ ସମସ୍ତଙ୍କୁ ସେଠାରୁ ଘଉଡେଇ ଦେଇଥିଲା । ପରେ ଅଭିଯୋଗକାରୀ ମାନେ ଓଡ଼ଗାଁ ଥାନାରେ ଘଟଣା ସମ୍ପର୍କରେ ଜଣାଇ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାଯାଏ ମାନସ ମୋବାଇଲରେ ଖେଳ ଖେଳି ଦେଢ଼ କୋଟି କ୍ଷତି କରିଥିବା ବେଳେ ବର୍ତ୍ତମାନ ସେ ସମ୍ପୂର୍ଣ ଅର୍ଥ ଶୂନ୍ୟ ହୋଇପଡ଼ିଛି।
Sign in
Sign in
Recover your password.
A password will be e-mailed to you.