ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ସେଠାରୁ ନଗଦ ଟଙ୍କା, ମୋଟରସାଇକେଲ୍ ଏବଂ ତାସ୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ପୋଲିସ୍ ଟିମ୍ ସହିତ ପାଟ୍ରୋଲିଂ କରୁ୍ଥିବା ବେଳେ ଏହି ଥାନା ଅନ୍ତର୍ଗତ ଗୋଠଳି ଗ୍ରାମର ଠାକୁରାଣୀ ମନ୍ଦିରରେ ଏକ ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇଥିଲେ I ଶ୍ରୀ ପ୍ରଧାନ ନିଜ ଟିମ୍ ସହିତ ଗୋଠଳି ଗ୍ରାମରେ ପହଞ୍ଚି ସେହି ଗ୍ରାମର ଠାକୁରାଣୀ ମନ୍ଦିର ଆଗରେ ଅଳ୍ପ ଦୂରରେ ଏକ ଜୁଆ ଆଡ୍ଡା ଚାଲିଥିବା ଦେଖିଥିଲେ I ପୋଲିସ୍ କୁ ଦେଖି କିଛି ଜୁଆଡି ଦୌଡ଼ି ପଳାଇଥିବା ବେଳେ ପୋଲିସ୍ ବାହିନୀ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ I ପୋଲିସ୍ ବାହିନୀ ସମ୍ପୃକ୍ତ ଜୁଆଡ଼ିକୁ ଗିରଫ କରିବା ସହିତ ତା ନିକଟରୁ ନଗଦ ୧୨,୪୦୦ ଟଙ୍କା ଜବତ କରିଥିଲେ I ଏହା ସହିତ ଜୁଆ ଆଡ୍ଡାରୁ ଦୁଇ ସେଟ୍ ତାସ୍ ଏବଂ ତିନୋଟି ମୋଟରସାଇକେଲ୍ ମଧ୍ୟ ଜବତ କରିଥିଲେ I ଗିରଫ ହୋଇଥିବା ଜୁଆଡ଼ି ଜଣଙ୍କ ହେଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମର କୁଶନାଥ ବିଶ୍ୱାଳ (୩୭) I ଏନେଇ ବେଲଗୁଣ୍ଠା ଥାନାରେ ୨୮୬/୨୫ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.