ଜଗତସିଂହପୁର,ତା-୦୭.୦୬.୨୦୨୫/ସୁମନ୍ତ କୁମାର ଦାସ: ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନ୍ ସି ସି କ୍ୟାଡେଟ ଶିବିରରେ ରାଜ୍ୟ ପରିବହନ ପ୍ରାଧିକରଣ ଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପିଢ଼ିକୁ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ବିଷୟରେ ସଚେତନତା ପ୍ରଶିକ୍ଷଣ ତା ୦୬ /୦୬/୨୦୨୫ ରିଖ ରେ ସଫଳତା ସହ ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଙ୍କ ଉଦ୍ୟମରେ ୬୦୦ ଏନସିସି କ୍ୟାଡେଟ ଙ୍କୁ ମାଷ୍ଟର ଟ୍ରେନର ଦ୍ବାରା ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତ ଙ୍କୁ କିପରି ଜରୁରୀ କାଳୀନ ସହାୟତା ଯୋଗାଇ ହେବ, ସେଥିପାଇଁ ପ୍ରଶିକ୍ଷଣ ର ବ୍ୟବସ୍ଥା କରିଥିଲେ। ଶ୍ରୀ ମହାନ୍ତି ସର୍ବ ପ୍ରଥମେ ସମସ୍ତ ପ୍ରଶିକ୍ଷକ ଙ୍କୁ ସଡ଼କ ସୁରକ୍ଷା ସଚେତନତା ର ସପଥ ପାଠ କରାଇଥିଲେ, ତତସହିତ ସାହାଯ୍ୟକାରୀ ଙ୍କୁ ସରକାର “ଗୁଡ଼ ସମରଣ୍ଟିଆନ” ଭାବରେ ଦୁଇ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଉଛି ବୋଲି ଘୋଷଣା କରିଥିଲେ। ବିରିଡ଼ି ମେଡ଼ିକାଲ ଅଧିକାରୀ ତଥା ମାଷ୍ଟର ଟ୍ରେନର ଡ଼ଃ ଶ୍ରୀ ଲୋକନାଥ ସାହୁ ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ପ୍ରାଥମିକ ସେବା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ଜୁନିଅର ରେଡକ୍ରସ ଅଧିକାରୀ ତ୍ରିଲୋଚନ ସାହୁ , ଶ୍ରୀ ସାରଦା ଅଧିକାରି ଏବଂ ଶ୍ରୀ ଚନ୍ଦନ ବେହେରା ପ୍ରତ୍ୟେକ ଦୁର୍ଘଟଣା ର ପ୍ରାଥମିକ ଜରୁରୀକାଳୀନ ସେବା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ସମସ୍ତ ପ୍ରଶିକ୍ଷକ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ଲେପନାଣ୍ଟ କର୍ନେଲ (କ୍ୟାମ୍ପ କମାଡେଣ୍ଟ) ଶ୍ରୀ ବୁଲ୍ ବୁଲ୍ ଭୁଇଁଆ , ଲେପନାଣ୍ଟ କର୍ନେଲ (ଡେପୁଟି କ୍ୟାମ୍ପ କମାଣ୍ଡର) ଶ୍ରୀ ଏସ୍ ପାତ୍ର ଉକ୍ତ ଶିବିରକୁ ସହଯୋଗ କରିଥିଲେ। ସିନିୟର୍ ଜି ସି ଆଇ ସିପ୍ରା ପାଣିଗ୍ରାହୀ , ସୁବେଦାର ମେଜର ଜମ୍ବେଶ୍ଵର ସାମଲ, ଲେପନାଣ୍ଟ ଏନ୍ ସି ସି ଶ୍ରୀ ନିହାର ରଞ୍ଜନ ସ୍ବାଇଁ, ବରିଷ୍ଠ କିରାଣି ଶ୍ରୀ ଗିରିଜା ସଙ୍କର ଚୌଧୁରୀ ଏବଂ ଆଞ୍ଚଳିକ ପରିବହନ ର ସମସ୍ତ କର୍ମଚାରୀ ଉକ୍ତ ଶିବିରକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.