ବିକସିତ କୃଷି ସଙ୍କଳ୍ପ ଅଭିଯାନ, କୃଷି ବୈଜ୍ଞାନିକଙ୍କ ସିଧାସଳଖ ଆଲୋଚନା କରି କୃଷି ସମସ୍ୟାର ସାମାଧାନ ପାଇଲେ କୃଷକ

0 2

ଓଡ଼ଗାଁ,୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଗତ ମେ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ କୃଷି ସଂଙ୍କଳ୍ପ ଅଭିଯାନରେ ଶୁକ୍ରବାର ଓଡ଼ଗାଁ ବ୍ଳକର ଶିଖରପୁର ଏବଂ ବଡଗୋରଡା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଗ୍ରାମପଞ୍ଚାୟତରେ ୨୫୦ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖରିବ ଫସଲ ସମ୍ବନ୍ଧରେ ଚାଷୀ ମାନଙ୍କୁ ଅବଗତ କରାଇବା ସହିତ ପ୍ରାକୃତିକ ଓ ଜୈବିକ କୃଷିର ପ୍ରସାର, ମୃତ୍ତିକା ସ୍ବାସ୍ଥ୍ୟ କାଡ଼ ଅନୁସାରେ ଫସଲ ଚୟନ, ସନ୍ତୁଳିତ ସାରର ବ୍ୟବହାର , ଆଧୁନିକ କୃଷି ଯନ୍ତ୍ରପାତି ଓ ଆଇ ସି ଟି ମାଧ୍ୟମରେ ସ୍ମାର୍ଟ କୃଷିର ପ୍ରସାର , କୃଷି କ୍ଷେତ୍ରରେ ସ୍ପ୍ରେଡ୍ରୋନର ବ୍ୟବହାର, ଫସଲ ବିବିଧ କରଣ ଓ କୃଷି ଯାନ୍ତ୍ରିକକରଣ, ଚାଷୀ ଏବଂ କୃଷୀ ବୈଜ୍ଞାନିକ ମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ, ସର୍ବୋପରି ଚାଷୀର ନିଜସ୍ଵ ଉଦଭାବନର ପ୍ରଚାର ପ୍ରସାର ସମ୍ବନ୍ଧରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ନୟାଗଡ଼ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଲଳିତ କୁମାର ପଣ୍ଡା, ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ ପ୍ରଧାନ ବୈଜ୍ଞାନିକ ଡ. ଧୁର୍ବଚରଣ ସାହୁ, କେନ୍ଦ୍ରିୟ ମଧୁର ଜଳ ଜୀବ ପାଳ ଅନୁସନ୍ଧାନ ସଂସ୍ଥାର ପ୍ରଧାନ ବୈଜ୍ଞାନିକ ଡ. ରାଜେଶ କୁମାର, ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ମଧୁସ୍ମିତା ଜେନା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାଏକ ପ୍ରମୁଖ ବୈଜ୍ଞାନିକ ମାନେ ଆଲୋଚନା ମାଧ୍ୟମରେ ଚାଷୀମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ । ଶିଖରପୁର ପଞ୍ଚାୟତ ସମିତି ସଭ୍ୟ ଭାଗବତ ସେଠୀ, ବଡଗୋରଡା ସମିତି ସଭ୍ୟ ଯୋଗୀ ପ୍ରଧାନ, ପୂର୍ବତନ ସରପଞ୍ଚ ଗୋବିନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ କୃଷି ଅଧିକାରୀ ଦିପକ କୁମାର ପ୍ରଧାନ, ନିରଞ୍ଜନ ବେହେରା, ଦେବାଶିଷ ସାହାଣୀ, ସହକାରୀ ଯାନ୍ତ୍ରିକ ପରିଚାଳକ ବୃନ୍ଦାବନ ସାହୁ, ଅମିୟ କାନୁନଗୋ ଙ୍କ ସହିତ କୃଷକ ସାଥି ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.