ନୟାଗଡ଼(ବିଶ୍ୱଜିତ ନାୟକ) : – ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନଏସି ଅଞ୍ଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି, ସମ୍ପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତିରାଜ୍ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନୀଳିମା ଲାକ୍ରା, ଅଗ୍ନିଶମ ଅଧିକାରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତଙ୍କୁ ଏହି ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାଯ୍ୟକ୍ରମରେ ଟେବୁଲ୍ ଟପ୍ ଏକ୍ସରସାଇଜକୁ ଆସନ୍ତା ୧୮ ତାରିଖ ଦିନ ସମସ୍ତ ବ୍ଲକ, ଏନଏସି. ତଥା ଜିଲ୍ଲାସ୍ତରରେ କେଉଁ ଢଙ୍ଗରେ ପାଳନ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା । ଏଥିରେ ସରପଞ୍ଚ ଓ ସଂପାଦକଙ୍କର ସକ୍ରିୟ ଅଂଶ ଗ୍ରହଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ଦାୟିତ୍ବ ଓ ଭୁମିକା ଉପରେ ଆଲୋଚନା ହୋଇଥିଲା । ଏହାର ଉପଦେୟତାକୁ ଉପଲବ୍ଧ କରିବା ପାଇଁ ଏହାକୁ କେତେ ଜୀବନ୍ତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଏଫଓ ଶ୍ରୀଯୁକ୍ତ ବେହେରା ଆଶ୍ରୟସ୍ଥଳରେ ଥିବା ଉପକରଣଗୁଡିକୁ କିପରି ସଠିକ ଭାବରେ ବ୍ୟବହାର କରି ଚଳନକ୍ଷମ ରଖାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି କଯ୍ୟକ୍ରମକୁ ପରିଦର୍ଶନ ପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଏପରିକି ସମସ୍ତ ଆଶ୍ରୟସ୍ଥଳୀକୁ ମଧ୍ୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କାଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post