ଏନସିସି କ୍ୟାମ୍ପ କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

0 2


,ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: ଏନସିସି କ୍ୟାମ୍ପ 03 ଜୁନ୍ 2025 ରୁ 12 ଜୁନ୍ 2025 ପର୍ଯ୍ୟନ୍ତ ବିଏଡ୍ କଲେଜ୍ ନବରଙ୍ଗପୁରରେ ଆୟୋଜିତ ହୋଇଛି।
ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ 06 ଜୁନ୍ 2025 ରେ ସକାଳ 9.30 ରେ 13 (O) BN NCC ନବରଙ୍ଗପୁର ଆନୁକଲ୍ୟାରେ EMRS, HIRLI ଖେଳଭୂମିରେ ପ୍ରଦର୍ଶିତ ହୋଇଥିଲା । NCC CADET ଦ୍ୱାରା ଏହି ଆକର୍ଷଣୀୟ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା, ଉନ୍ନତ ମାନର ପ୍ରତିରକ୍ଷା ଦଖ୍ୟତା ବ୍ୟବହାର କରି ଶତ୍ରୁକୁ କିପରି ପରାସ୍ତ କରାଯାଇପାରିବ ତାହା ଏକ ସୁନ୍ଦର ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି କର୍ଣ୍ଣେଲ ସୁନିଲ କୁମାର MS କମାଇଣ୍ଡିଂ ଅଫିସର 13 (O) ବାଟାଲିଅନ୍ NCC ଦ୍ୱାରା ଉଦ୍ଘାଟିତ ହୋଇଥିଲା।

ଶ୍ରୀମତୀ ସୁଭାଷିନୀ ସାହୁ, ପ୍ରିନ୍ସିପାଲ EMRS ହିର୍ଲି ସ୍କୁଲର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଅବସରପ୍ରାପ୍ତ ପୂର୍ବତନ ନୌସେନା ଅଧିକାରୀ ଜୟ ପ୍ରକାଶ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ୟାଡେଟ୍‌ଙ୍କୁ ଉତ୍ସାହିତ କରିଥିଲେ। ସୁବେଦାର ମେଜର କେଦାରନାଥ ପ୍ରଧାନ, ପ୍ରଥମ ଅଫିସର ଗଙ୍ଗାଧର ନନ୍ଦ, ସୁବେଦାର ଶିବୁ ଏମ ଟ୍ରେନିଂ JCO, ନାଇବ ସୁବେଦାର ବିନୟ କୁମାର ସିଂ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Leave A Reply

Your email address will not be published.