କେନ୍ଦୁଝର,ତା୫/୬- କେନ୍ଦୁଝର ସହରରେ ରହୁଥିବା ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ପଟ୍ଟନାୟକଙ୍କ କାଲି ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି। ସକାଳେ ଏହି ଖବର ଜଣା ପଡିବା ପରେ ଚାରିଆଡେ ଦୁଃଖର ବାତାବରଣ ଖେଳି ଯାଇଥିଲା। ମାଇନିଂ ଶିଶୁ ଭବନ ଗଳିରେ ଥିବା ତାଙ୍କର ବାସଭବନରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେ ନିରପେକ୍ଷ ସାମ୍ବାଦିକତା କରୁଥିଲେ। ଶେଷ ବେଳକୁ ହିନ୍ଦୁସ୍ଥାନ ସମାଚାରର ଜିଲ୍ଲା ପ୍ରତିନିଧି ରୂପେ କାର୍ଯ୍ୟରତ ଥିଲେ। ସେ କେନ୍ଦୁଝର ବଜାରରେ ପଟ୍ଟନାୟକ ବୁକ ଏଜେନ୍ସି ନାମକ ବହି ଦୋକାନ ଅନେକ ଦିନରୁ ଚଳାଇ ଆସୁଥିଲେ। ଆଜି ମଧ୍ୟାହ୍ନରେ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଦପ୍ତର ପରିସରରେ ଥିବା ପ୍ରେସ କ୍ଲବ ସାମ୍ନାକୁ ଅଣାଯାଇଥିଲା ସେଠାରେ ସରକାରୀ ଅଧିକାରୀ, ସାମ୍ବାଦିକ ତଥା ସାଧାରଣ ଲୋକେ ଶେଷ ସମ୍ମାନ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.