ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପ୍ରଜା ପିତା ବ୍ରହ୍ମକୁମାରୀ ଈଶ୍ୱରରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମ କୁମାରୀ ଜାଗୃତି ଭବନ ରୋହିବାଙ୍କ ପରିସରରେ ଶିଶୁଙ୍କ ଆତ୍ମ ଜାଗରଣ ପାଇଁ ଗୁରୁବାର ଗ୍ରୀଷ୍ମ କାଳୀନ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟମାଙ୍କରୁ ପ୍ରାୟ ୪୫ଜଣ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମିନୀ ଭଉଣୀ(ବଡ଼ ଦିଦି), ମୁଖ୍ୟ ସଞ୍ଚାଳିକା ନୟାଗଡ ସେବାକେନ୍ଦ୍ର, ବିକେ ଜମୂନା ଭଉଣୀ ମୁଖ୍ୟ ସଞ୍ଚାଳିକା ଆସ୍କା (ଗଞ୍ଜାମ), ବିକେ ମନୋରଞ୍ଜନ ଭାଇ ନୟାଗଡ଼, ବିକେ ଶାନ୍ତି ଭଉଣୀ ମୁଖ୍ୟ ସଞ୍ଚାଳିକା ରୋହିବାଙ୍କ ସେବାକେନ୍ଦ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ପ୍ରମୁଖଙ୍କ ସହିତ ମନୋରଞ୍ଜନ ଭାଇ, ଦମୟନ୍ତୀ ଭଉଣୀ, ଶିକ୍ଷକ ରାଧାମୋହନ ନାୟକ ଯୋଗଦେଇଥିଲେ। ଅପରାହ୍ନରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ସହିତ ବୃକ୍ଷ ରୋପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post