ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହା ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ସ୍ଥାନୀୟ କୋରପିଠା ଗ୍ରାମର ମମତା ସାହୁ ରାଜ୍ୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ୨୦୨୫ ରେ ସଂସ୍କୃତ ବିଷୟରେ ସାମାଜିକ ପଛୁଆବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏବଂ ମେଧା ତାଲିକା ଅନୁସାରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।ତାଙ୍କ ପିତା ଭଗବାନ ସାହୁ ଓ ମାତା ଝୁନୁବାଳା ଝିଅର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଥିବା ବେଳେ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସହିତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ବିଶେଷ କରି ସଂସ୍କୃତ ବିଭାଗ ଅଧ୍ୟାପିକା ଅଧ୍ୟାପକଙ୍କ ସହିତ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post