ରାୟଗଡା: ଆଜି ରାୟଗଡା ବନଖଣ୍ଡ ର ଆମ ଜଙ୍ଗଲ ଯୋଜନା ତାଲିମ ହଲ ଠାରେ ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଷଡଙ୍ଗୀ , ମାନ୍ୟବର ଜିଲ୍ଲା ଦୌରାଜଜ।, ରାୟଗଡା । ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଜ୍ୟ , ମାନ୍ୟବର ସମ୍ପାଦକ , DLSA, ରାୟଗଡ଼ , ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ , ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଉପ-ବନ ସଂରକ୍ଷକ ସଂଦୀପ କୁମାର ପୃଷ୍ଟି , ଉପ-ବନ ସଂରକ୍ଷକ ଶ୍ରୀ ସତିଶ କୁମାର ଧାରୁଆ, ରାୟଗଡ଼ l ବନ ତ୍ଵତ୍ତାବଧାରକ ଶ୍ରୀ ଗୌରାଙ୍ଗ ରାଉତ ମଞ୍ଚାସୀନ ଥିଲେ । ରାୟଗଡା ବନାଞ୍ଚଳ ର କାନ୍ଦୀଲି , କୋନୋଲି , ଗୁମ୍ମା , ଫୁଲକୋଣ। ରାଫୁକୋଣା , ଗୁମୁଡା , ଶିରିନ୍ଦ।ବାଡି, ବଡ଼ ଆଳୁବାଡି , ଲାଲବୀ , ଇରୁକୁଟି , ଚାଞ୍ଚଡା ଦୁରୁଗୁମ , ସିରିକା ଦୁରୁଗୁମ ବନ ସଂରକ୍ଷଣ ସମିତି ର ସଭାପତି , ସମ୍ପାଦକ ଏବଂ ରାୟଗଡା ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ ।
ସଭା ପ୍ରାରମ୍ଭ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ମଞ୍ଚାସୀନ ଅତିଥି ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଵଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
୧) ସର୍ବ ପ୍ରଥମେ ଉପ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ମହାଶୟ ନିଜ ଅଭିଭାଷଣ ରେ ମାନବ ସମାଜ ଓ ପରିବେଶ କିପରି ସନ୍ତୁଳନ ରହିବ ତାହା ସହ ଜଙ୍ଗଲ ଅବିବୃଦ୍ଧି ସକାଶେ ମାନବ ସମାଜ ଦାଇତ୍ଵ ବିଷୟରେ ଅବଗତ କରିଥିଲେ ।
୨) ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୁଷ୍ଟି ମହାଶୟ ନିଜ ଅଭିଭାଷଣ ରେ ବର୍ତ୍ତମାନ ବଢୁଥିବା ପ୍ଲାଷ୍ଟିକ ର ବ୍ୟବହାର କିପରି ନିୟନ୍ତ୍ରଣ କରି ଆମେ ଆମ ପରିବେଶ କୁ ସୁରକ୍ଷା ଦେବା ଓ ଦାଇତ୍ଵ ବିଷୟରେ ଅବଗତ କରିଥିଲେ ।
୩) ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଯ୍ୟ, ମାନ୍ୟବର ସମ୍ପାଦକ, DLSA, ରାୟଗଡ଼ ନିଜ ଅଭିଭାଷଣ ରେ ବିଶ୍ଵ ରେ ବଢୁଥିବା ତାପମାତ୍ରା କିପରି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ ।
୪) ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ତାଙ୍କ ଅଭିଭାଷଣ ରେ ଜଙ୍ଗଲ ସୁରକ୍ଷା ମାନବ ସମାଜ ର ଦାଇତ୍ଵ , ଜଙ୍ଗଲ କମିବା ଓ ଜଙ୍ଗଲ ନିଆଁ ଦ୍ଵାରା ବନ୍ୟଜନ୍ତୁ ଗ୍ରାମ୍ୟ ମୁଖା ହେବା , ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଏବଂ ବଢୁଥିବା ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ପ୍ରତେକ ମାନବ ନିଜ ମାଁ ଙ୍କ ନାମ ଗୋଟିଏ ଗୋଟିଏ ବୃକ୍ଷ ନିଜ ବାଡି ବଗିଚାରେ ଲଗାଇବାପାଇଁ ଅନୁରୋଧ କରିଥିଲେ ।
୫ ) ବନ ତ୍ଵତ୍ତାବଧାରକ ଶ୍ରୀ ଗୌରାଙ୍ଗ ରାଉତ ମଞ୍ଚାସୀନ ଥିଲେ ତାଙ୍କ ଅଭିଭାଷଣ ରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ନିଆଁ,ପୋଡ଼ୁ ଚାଷ ଦ୍ବାରା ଜଙ୍ଗଲ ନଷ୍ଟ , ପରିବେଶ ସୁରକ୍ଷା, ତାପମାତ୍ରା କିପରି ନିୟନ୍ତ୍ରଣ କରିବାକୁ ହେଲେ ଏକ ମାତ୍ର ଉପାୟ ବହୁଳ ଭାବରେ ବୃକ୍ଷ ରୋପଣ କରିବାକୁ କହିଥିଲେ ।
ପରିଶେଷରେ ଅପରାହ୍ନ ରେ ଗୁମ୍ମା ସେକ୍ଶନ ଅନ୍ତର୍ଗତ ତଳ ଗୁମ୍ମା ଠାରେ ୨୦୨୫–୨୬ ରେ ହେବାକୁ ଥିବା ୫୦ ହେକ୍ଟର plantation ଏରିଆରେ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ହୋଇଥିଲା । ଶ୍ରୀଯୁକ୍ତ ସତ୍ୟନାରାୟଣ ଷଡଙ୍ଗୀ ମାନ୍ୟବର ଜିଲ୍ଲା ଦୌରାଜଜ।, ରାୟଗଡାଙ୍କ କର କୋମଳ ରେ ଏକ ଅଁଳା ଗଛ ରୋପଣ କରିଥିଲେ । ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତ ଅବକାରୀ ଅଧିକ୍ଷକ ରାୟଗଡା ଏକ ଲିମ୍ବ ଗଛ ରୋପଣ କରିଥିଲେ। ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଜ୍ୟ , ମାନ୍ୟବର ସମ୍ପାଦକ , DLSA, ରାୟଗଡ଼ ଏକ ଶିରିଶ ଗଛ ରୋପଣ କରିଥିଲେ। ବନ ତ୍ଵତ୍ତାବଧାରକ ଶ୍ରୀ ଗୌରାଙ୍ଗ ରାଉତ ଏକ ଫାଶୀ ଗଛ ରୋପଣ କରିଥିଲେ।
ଏହି କାର୍ଯକ୍ରମଟି ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ରାୟଗଡା ଙ୍କ ଦ୍ବାରା ସୁ ପରିଚାଳିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post