ଓଡ଼ଗାଁ,୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳସ୍ତରୀୟ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ବୁଧବାର ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁରେ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ପ୍ରଦ୍ୟୁଷଣ ବିରୁଦ୍ଧରେ ଲଢେଇ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳିକା ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ମୋନାଲିସା ମହାପାତ୍ର, ୧୦ମ ଶ୍ରେଣୀ ଛାତ୍ରୀ ସର୍ମିଷ୍ଟା ପୃଷ୍ଟି, ଦିବ୍ୟା ଅଭିପସା ଏବଂ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଜୟଶ୍ରୀ ଗୁରୁ ଚରଣ ରାଉତରାୟ ବିଷୟ ଅନୁସାରେ ସୁନ୍ଦର ଚିତ୍ର ଆଙ୍କି ଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାରେ ୩୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ ବିଚାରକ ଭାବେ ଯୋଗଦେଇଥିବା ବେଳେ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଜସ୍ମୀନ ମହାପାତ୍ର ଏବଂ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ, ବନପାଳ ସରିତା ବରାଳ, ବନରଖି ସୈାମ୍ୟରଞ୍ଜନ ଦଳେଇ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଜୁନ୍ ୫ ତାରିଖ ବିଶ୍ବ ପରିବେଶ ଦିବସ ଅବସରରେ ଏକ ସଚେତନତା ରାଲି ଅନୁଷ୍ଠିତ ହେବ ।
Sign in
Sign in
Recover your password.
A password will be e-mailed to you.