ନୟାଗଡ଼(ବିଶ୍ୱଜିତ ନାୟକ) :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସଚେତନତା ପାଇଁ ଏକ ରଥ ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସଚେତନା ସୃଷ୍ଟି କରିବ । ଜିଲ୍ଲା ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ରଥ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦିପକ କୁମାର ଜେନା, ମୋବାଇଲ ସ୍ୱାର୍ଡ଼ ଅଧିକାରୀ ସୁଶାନ୍ତ ମହାପାତ୍ର, ରଣପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅର୍ପିତା ରାଣୀ ସାହୁ, ନୟାଗଡ଼ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଚିନ୍ମୟ କୁମାର ଦଳେଇଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post