କୋଇଲାରି ରେ ମା ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରି ଗ୍ରାମ ଠାରେ ଗ୍ରାମ ର ଆରାଧ୍ୟ ଦେବୀ ମା ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଡ କୋଇଲାରି ମା ଠାକୁରାଣୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଆଖପାଖ ଗ୍ରାମ ରୁ ଆସିଥିବା ବିଭିନ୍ନ ଦେବାଦେବୀ ଲାଠି କୁର୍ସୀ ଶିରା ଆଦି ଗ୍ରାମ ପରିକ୍ରମା କରିଥିଲେ। ନିକଟ ଜୁନାପାଣି, କାମତା, ଗିରଲା, ସରାଗୁଡ଼ା , ଝାଲିଆ ଗୁଡା ଓ ବୋରିଗାଁ ସହ ଆଖପାଖ ଗ୍ରାମ ରୁ ଦେବାଦେବୀ ଓ ଲାଠି କୁର୍ସୀ ଆସିଥିଲା। ଗ୍ରାମ ରେ ଦେବାଦେବୀ ବୁଲିଲେ ଗ୍ରାମରେ ସୁଖ ଶାନ୍ତି ରହିବା ସହ ରୋଗ ବ୍ୟାଧି ମୁକ୍ତ ରହିବ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ଅବସରରେ ମା ଠାକୁରାଣୀ ସହ ଇଂଲାଞ୍ଜି ମାତା, ଭୀମା, ମାଉଲି ଆଡି ଦେବାଦେବୀ ବିଭିନ୍ନ ଆଭୂଷଣ ପରିଧାନ କରି ବଜାର ପରିକ୍ରମା କରିଥିଲେ। ନିଜ ପ୍ରିୟ ଦେବାଦେବୀ ଙ୍କୁ ପାଖରୁ ଦେଖିବା ପାଇଁ ଭକ୍ତ ଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ପୂଜା କମିଟି ତରଫରୁ ଦୁଇଟି ଆଦିବାସୀ ନାଟକ ପରିବେଷିତ ହୋଇଥିଲା। କମିଟି ର ବିଜୟ ଭତରା,ଈଶ୍ୱର ମାଝୀ,ମନୁ ଭତରା, ଭଦର, ଜଗରୁ, ଚଉନୁ ସିଂ ପୂଜାରୀ,ମାଧବ ପୂଜାରୀ,ଲଳିତ ମାଝୀ,ମୁନା ମାଝୀ ଓ ସୁଖରାମ ମାଝୀ ଆଡି ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.