ପିଠା କାର୍ଯ୍ୟକ୍ରମରେ ଅବ୍ୟବସ୍ଥା : ଖାଇବାକୁ ନପାଇ ଫେରିଲେ ଶତାଧିକ ମହିଳା

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ଓ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପିଠା କାର୍ଯ୍ୟକ୍ରମ ଜାରି ରହିଛି l ହେଲେ ରେଢ଼ାଖୋଲ ଏନ୍ଏସି ର ୮ ନଂମ୍ବର ଓ୍ୱାଡ଼ ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ସଦସ୍ୟଙ୍କୁ ଖାଇବାକୁ ମିଳିନଥିବା ଅଭିଯୋଗ ହୋଇଛି l ଏଠାରେ ୧୫ ତାରିଖ ଠାରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଜାରି ରହିଥିବା ବେଳେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ l ହେଲେ ୧୮ ତାରିଖ ଦିନ ଏହି କାର୍ଯ୍ୟକ୍ରମରେ ମହିଳା ସଦସ୍ୟ ମାନଙ୍କୁ ଖାଇବାକୁ ମିଳିନଥିବାରୁ ଭୋକ ଉପାସରେ ଫେରିଥିବା ଅଭିଯୋଗ ହୋଇଛି l ହେଲେ ପ୍ରଶାସନିକ ସ୍ଥରରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ବିଶେଷ କରି ମହିଳା ମାନଙ୍କର ଖାଇବା ପିଇବା କୌଣସି ପ୍ରକାରର ସୁ ବ୍ଯବସ୍ଥା କରିନଥିବାରୁ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା lଏ ସଂକ୍ରାନ୍ତରେ ଡୋଡାର ପିଡ଼ି ବିକାଶ ବେନଙ୍କୁ ଅବ୍ୟବସ୍ଥା ସଂକ୍ରାନ୍ତରେ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ l ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ପଚାରିବାରୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରି ବୁଝିବି ବୋଲି ପ୍ରକାଶ କରିଥିଲେ l ହେଲେ ସରକାରୀ ସ୍ଥରରେ ମହିଳା ସଶକ୍ତି କରଣ ପାଇଁ ଆୟୋଜିତ ଏହି କାର୍ଯ୍ୟକର୍ମରେ ମହିଳା ମାନଙ୍କର ପ୍ରତି ଗୁରୁତ୍ୱ ଦିଆ ଯାଉନଥିବାରୁ ମହିଳା ସଦସ୍ୟାଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ପ୍ରହସନ ଛଡ଼ା ଆଉ କିଛି ନୁହେଁ ବୋଲି ପ୍ରକାଶ କରିଛନ୍ତି l

Leave A Reply

Your email address will not be published.