ରାୟଗଡ଼ା. ତା.୨/୦୬: ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ଆଜି ଓରମାସ ପକ୍ଷରୁ ଖୋଲାଯାଇଥିବା ‘ଆମ ଗାଁ ଆମ୍ବ ପସରାକୁ ଉଦଘାଟନ କରିଛନ୍ତି l
ସ୍ଥାନୀୟ ଜନଜାତି ଜଗତ କେନ୍ଦ୍ର ସମ୍ମୁଖ ଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବନ ଖଣ୍ଡିୟ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓ଼ହଲେ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ରମେଶ କୁମାର ଜେନା, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଆଦି ଯୋଗଦାନ କରିଥିଲେ l
ଏହି ଆମ୍ବ ମେଳା ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ଏହି ମେଳର ପ୍ରଚାର ପ୍ରସାର ପାଇଁ ଏକ ରଥକୁ ମଧ୍ୟ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ରାୟଗଡା ଜିଲ୍ଲାର କାଶିପୁର,ବିଷମକଟକ,ମୁନିଗୁଡା,ରାୟଗଡ଼ା,କୋଲନରା,ଗୁଣପୁର ଭଳି ବ୍ଳକ ଗୁଡିକରେ ବିଭିନ୍ନ କୃଷକ ଉତ୍ପାଦକ ସଂସ୍ଥା,ଏସଏଚଜି ଗ୍ରୁପ,ଉତ୍ପାଦକ ସଂସ୍ଥା କମ୍ପାନୀ ଧରଣୀପେନୁ ସଂସ୍ଥା ଚାଷୀମାନଙ୍କ ଠାରୁ ଆମ୍ବ ସଂଗ୍ରହ କରି ସୁଲଭ ମୂଲ୍ୟରେ ଏହି ଆମ୍ବ ମେଳାରେ ବିକ୍ରି କରୁଛନ୍ତି । ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାର ତଥା ଆର୍ନ୍ତଜାତୀୟ ବଜାରରେ ମଧ୍ୟ ରାୟଗଡ଼ା ଜିଲ୍ଳାର ସୁଆଦିଆ ଆମ୍ବର ଢେର ଚାହିଦା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଭଳି ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦନ ହେଉଥିବା ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ଜିଲ୍ଲାବାସୀ ମଧ୍ୟ ଖାଇବାର ସୁଯୋଗ ନେବାକୁ ଏବଂ ବଜାରୀକରଣର ଏକ ସୁଗମ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତଥା ଓରମାସ ପକ୍ଷରୁ ଯୋଗାଇ ଦିଆଯାଉଥିବାରୁ ଜିଲ୍ଲାର ୯ଗୋଟି କୃଷକ ଉତ୍ପାଦକ ସଂସ୍ଥାଙ୍କ ସମେତ ଏସଏଚଜୀ ଗ୍ରୁପ୍ ମହିଳା ସଦସ୍ୟାମାନେ ବହୁ ମାତ୍ରାରେ ଲାଭ ପାଇ ଉପକୃତ ହୋଇପାରୁଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଭାକୁରଗୁଡା ଠାରେ ଉଦ୍ୟାନ କୃଷି ବିଭାଗର ଉଦ୍ୟାନ ପାର୍କ ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଆମ୍ବ ହବ୍ କୁ ପୁନଃ କାର୍ଯ୍ୟକ୍ଷମ ଦିଗରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରାୟଗଡ଼ା ଓରମାସ ଉପ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ଗତ ବର୍ଷ ରାୟଗଡ଼ାର ଆମ୍ବ ଇଟାଲୀ,ପୋଲାଣ୍ଡ ଭଳି ଦେଶକୁ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ ପାଣିପାଗରେ କିଛିଟା ପରିବର୍ତନ ଯୋଗୁଁ ବହୁ ପରିମାଣରେ ଆମ୍ବ ଉତ୍ପାଦ ହୋଇ ପାରି ନ ଥିବା କହିଛନ୍ତି । ତଥାପି ବିଭିନ୍ନ କିସମର ଆମ୍ବ ମଧ୍ୟରେ ଆମରପାଲି,ତୋଟାପୁରୀ,ବାଇଗଣପଲି,ଦେଶରୀ,ସୁନ୍ଦରୀ,ମଲ୍ଳିକା ଭଳି ସ୍ୱାଦିଷ୍ଟ ଆମ୍ବ ଏହି ଆମ୍ବ ପସରାରେ ସ୍ଥାନୀୟ ବଜାର ଠାରୁ ସୁଲଭ ଏବଂ ଜୈବିକ ପ୍ରକ୍ରିୟାରୁ ଗ୍ରାହକଙ୍କ ପାଇଁ କୃଷକ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ବିକ୍ରି କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।
ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦୟାନିଧି ରାଉତ, ତହସିଲଦାର ଶ୍ରୀମତି ପ୍ରିୟଦର୍ଶନୀ ସ୍ୱାଇଁ, ପୈାର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ ପ୍ରଧାନ, ଓରମାସର ବରିଷ୍ଠ ଲେଖାପାଳ ଜି ଲକ୍ଷ୍ମଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post