ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ।

0

 ବାସୁଦେବପୁର -ବିଜୟଶ୍ରୀ ରାଉତରାୟ ଓଡିଶା ରାଜନୀତିରେ ସେ ଥିଲେ ବର୍ଷିଆନ ଜନନେତା. ଓଡିଶା ରାଜନୀତିରେ ସେ ଥିଲେ ବରିଷ୍ଟ ନେତା,ସେ ରାଜ୍ୟରାଜନୀତିରେ ସତନ୍ତ୍ର ସ୍ଥାନଅଳଙ୍କୃତ କରିଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁସେ୧୯୯୦ରୁ ୨୦୧୯ ପ୍ରଯ୍ୟନ୍ତ ୬ ଥର ଅପ୍ରତିଦ୍ବନ୍ଦି ବିଧାୟକ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ ବିଜୟଶ୍ରୀ. ବାବୁଲି ଭାଇ ନାମରେ ଏକ ସତନ୍ତ୍ରପରିଚୟ ସୃଷ୍ଟିକରିଥିଲେ. ବାସୁଦେବପୁର ର ବିକାଶ ର ବିଶ୍ଵକର୍ମା ବିକାଶ ର ସାଥି ୨୦୨୧ ମସିହାରେ ଫେରିଯାଇଥିଲେ ଅଫେରା ରାଇଜକୁ ଆଜି ତାଙ୍କ ୪ଥ ଶ୍ରାଦ୍ଧବାର୍ଷିକରେ ବାସୁଦେବପୁର ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ ହୋଇ ଯାଇଛି। ପୂର୍ବତନ ବିଧାୟକ ତଥା ବାବୁଲି ବାବୁ ଙ୍କ ସାନ ପୁଅ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ଉପସ୍ଥିତି ରେ ସକାଳେ ତିଳ ତର୍ପଣ ଅର୍ପଣ କରିଥିଲେ ବିଜୁ ଜନତା ଦଳ ର କର୍ମୀ ମାନେ। ପରେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ଫଳ ବଣ୍ଟନ କରିଥିଲେ। ପରେ ବିଜେଡି କାର୍ଯ୍ୟାଳୟ ରେ ଏକ ସ୍ମୃତି ଚାରଣ ସଭା ର ଆୟୋଜନ ହୋଇ ଯାଇଛି। ବ୍ଲକ୍ ବିଜେଡି ସଭାପତି ଦିନ ବନ୍ଧୁ ଦାସ ଙ୍କ ସଭାପତିତ୍ବ ରେ ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ,ନଗର ସଭାପତି ଶ୍ୟାମ ସୁନ୍ଦର ମହାନ୍ତି, ଯୁବ ନଗର ସଭାପତି ମାନସ ସାହୁ, ଅଶୋକ ନାୟକ,ଛାତ୍ର ସଭାପତି କାଳନ୍ଦୀ ସାହୁ, ପ୍ରଫୁଲ୍ଲ ବିଶ୍ଵାଳ, ଗୌତମ ସେଠୀ, ଜଗବନ୍ଧୁ ଖିଲାର, ଚିନ୍ତାମଣି ନାୟକ ସଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ,, ବହୁ ବରିଷ୍ଠ ଯୁବ, ଛାତ୍ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Leave A Reply

Your email address will not be published.