ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପ୍ରାଙ୍ଗଣରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୂଲ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଦିବଙ୍ଗତ ଡ.ପଣ୍ଡା ଥିଲେ ଜଣେ ଐତିହାସିକ , ଗବେଷକ , ପରିବେଶବିତ୍ , ସାରସ୍ବତ ସାଧକ ତଥା ସମାଜସେବୀ । ତାଙ୍କର ଓଡ଼ିଆ ସାହିତ୍ୟକୁ ପ୍ରାରମ୍ଭ ସୃଷ୍ଟି ଉପହାର “ଯୁଗେ ଯୁଗେ ମହେନ୍ଦ୍ରଗିରି” ଏକ କାଳଜୟୀ ଅମ୍ଳାନ ସୃଷ୍ଟି । ମହେନ୍ଦ୍ରଗିରି ଯଦି ତାଙ୍କର ଆତ୍ମା ହେଲେ ତାଙ୍କର ପାର୍ଥିବ ଶରୀର ଟି ହେଲା ରକ୍ତ ମାଂସର ଶରୀର।
ଏହି ଶୋକସଭାରେ ମହନ୍ତ ମହାରାଜା ରାମାନନ୍ଦ ଦାସ , ବିନୋଦ ଚ଼ନ୍ଦ୍ର ଜେନା , ବିଚିତ୍ରା ନନ୍ଦ ବେବର୍ତ୍ତା , ଅନାଦି ପାଣିଗ୍ରାହୀ , ଆଶାଲତା ପାଣିଗ୍ରାହୀ , ଭାଗବତ ପାଢୀ , ତ୍ରିପତି ପ୍ରସାଦ ପଣ୍ଡା, ପ୍ରଫୁଲ୍ଲ ପାଣିଗାହୀ, ପ୍ରମୋଦ ପାଢୀ , ସ୍ନେହା ବେହେରା , ନରସିଂହ ଗୌଡ଼ , ଅଶ୍ୱିନୀ ପାଢ଼ୀ , ଅଶୋକ ଦାଶ , ନରସିଂହ ପ୍ରସାଦ ନାୟକ , ରମେଶ ପାଣିଗ୍ରାହୀ , ସରୋଜ ପଣ୍ଡା , ଅରକ୍ଷିତ ଜେନା ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.