ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ସ୍ନିଗ୍ଧା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ସଭା କାର୍ଯ୍ୟ କ୍ରମ ରେ ପ୍ରାଧ୍ୟାପିକା ଶୈଳବାଳା ଦାଶ, ପ୍ରାଧ୍ୟାପିକା ଆରତୀ ଦାଶ ,ଅବସର ପ୍ରାପ୍ତ କିରାଣୀ ରଘୁନାଥ ରାଉଳ, ଅବସର ପ୍ରାପ୍ତ ଲାଇବ୍ରେରୀଆନ୍ ରାଜେନ୍ଦ୍ର କୁଣ୍ଡୁ, ଯୋଗ ଦେଇଥିଲେ। ଏହି ଅବସର ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷ ରୁ ଅଧ୍ୟକ୍ଷା ଙ୍କୁ ଉତ୍ତରୀୟ,ମାନପତ୍ର, ଉପ ଧ୍ୟୋକନ ସହ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟ ରେ ଶିଶୁ ସାହିତ୍ୟିକ ଓ ଗବେଷକ ଡ ମନୀନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ ପ୍ରତାପ କୁମାର ନାୟକ, ଅବସର ପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ମହାନ୍ତି, ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସୁଶିଲ ମାଇତି, ଅବସର ପ୍ରାପ୍ତ ଅଧ୍ୟକ୍ଷ କମଳା କାନ୍ତ ଡ଼ାଙ୍ଗୁଆ, ଙ୍କ ସହ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଙ୍କ ବିଷୟ ରେ ଗୁଣ ଗାନ କରିଥିଲେ। ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ପ୍ରାଧ୍ୟାପିକା ଶୈଳବାଳା ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା ବେଳେ ଗୋପାଳ ମହାକୁଡ ମାନ ପତ୍ର ପାଠ କରିଥିଲେ ଓ ଅଧ୍ୟାପିକା ସଂଧ୍ୟାରାଣୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.