ହେ ମୋହନ ସରକାର, ଆମକୁ ପାଣି ଦିଅ : ପାଣି ଲାଗି ଡହଳବିକଳ

0 1

 https://youtu.be/U4MirgqA6IQ

 

କେନ୍ଦୁଝର, ତା୧/୬- କେନ୍ଦୁଝର ଜିଲ୍ଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ତେଣୁ ସ୍ଥାନୀୟ ଲୋକେ ଗର୍ବ କରନ୍ତି। ହେଲେ ପିଇବା ପାଣି ଲାଗି ଏହି ଜିଲ୍ଲାର ଲୋକେ କିପରି ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିବ। ସାହାରପଡ଼ା ବ୍ଲକର କପୁଣ୍ଡି ପଞ୍ଚାୟତର ଚୁଟିଆପଶି ଗ୍ରାମରେ ପିଇବା ପାଣି ଲାଗି ଅଭାବନୀୟ ପରିସ୍ଥିତି ଦେଖା ଯାଇଛି। ଏଠାରେ ଓଭର ହେଡ଼ ପାଣି ଟାଙ୍କି ନିର୍ମାଣ ସରିଛି ହେଲେ ସାହିର ଏବେବି ଲୋକେ ବର୍ଷ ବର୍ଷର ପୁରୁଣା ଭଙ୍ଗା ଏକମାତ୍ର ନଳକୂଅ ଉପରେ ନିର୍ଭରଶୀଳ।ଶହେ ପରିବାରକୁ ଏହି ନଳକୂଅ ଯଥେଷ୍ଟ ନଥିବା ବେଳେ ଏବେ ଏଥିରୁ ଗୋଳି ପାଣି ସହ ପୋକ ବାହାରୁଛନ୍ତି। ଗାଁରେ ତେଣୁ ଝାଡାବାନ୍ତି ଆଶଙ୍କା ଦେଖା ଦେଲାଣି ଲୋକେ ଜୀବନ ବିକଳେ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି। ରାଜନେତା ଓ କୁଜି ଟାଉଟର ଲୋକେ ନିର୍ବାଚନ ବେଳେ ନାନା ପ୍ରତିଶୃତି ଦେଇ ଭୋଟ ନେଇଥିଲା ବେଳେ ଏବେ ବିପଦ ସମୟରେ ଦେଖା ଦେଉ ନଥିବାରୁ ଗାଁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ଗାଁ ମହିଳାମାନେ ଗରା ବାଲଟି ଥୋଇ ପାଣି ଲାଗି ନିବେଦନ କରିଛନ୍ତି। ମୋହନ ସରକାର ସେମାନଙ୍କୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.