ବରିଷ୍ଠ ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୋଷାଣୀ ବ୍ଲକ ଅନ୍ତର୍ଗତ ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷୟତ୍ରୀ ଚପଳା ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି।
ଏଥିରେ ଗୋଷାଣୀ ଗୋଷ୍ଠି ଅତିରିକ୍ତ ଶିକ୍ଷା ଅଧିକାରୀ ଏମ୍. ବିମଳ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରଧାନଶିକ୍ଷକ ମୋହନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଦୀର୍ଘ ୨୫ ବର୍ଷଧରି ଏହି ବିଦ୍ୟାଳୟରେ ଶିକ୍ଷକତା କରି ଛାତ୍ରଛାତ୍ରୀ ତଥା ଅଭିଭାବକ ଏବଂ ନିଜ ସହକର୍ମୀଙ୍କ ସହ ସହ୍ରୁଦୟତା ରହିଥିଲା। ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଗୀତ , ଗଳ୍ପ , ଅଭିନୟ ତଥା ଗୁଣାତ୍ମକ ଶିକ୍ଷାଦାନ କରି ନିଜର ଶ୍ରେଷ୍ଠ ଭୂମିକା ସଂପାଦନ କରିଥିଲେ। ନିକଟରେ ସେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ସମ୍ମାନୀତ ହୋଇଥିଲେ। ତାଙ୍କରି ଅନୁପସ୍ଥିତି ବିଦ୍ୟାଳୟରେ ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି ନିଜ ବକ୍ତବ୍ୟରେ ସହକର୍ମୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ। ତଥା ଆଗାମୀ ଦିନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଶେଷରେ ଶିକ୍ଷୟତ୍ରୀ ବବିତା ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ। ସ୍ମିତାଲୀ ମହାପାତ୍ର , ଗୀତା ପଟ୍ଟନାୟକ , ଏମ୍.ପ୍ରିୟଙ୍କା , ମୋହନ ବାରିକ , ଗୌରି ଗୌଡ , ସୁନୀତା ପାତ୍ର , ରତ୍ନମାଳା ଜେନା , ଏମ୍. ଲୀଳାବେଣୀ , ଧୀରେନ୍ଦ୍ର ସାମଲ , ଶିବକୁମାର , ରବିନ୍ଦ୍ର ପ୍ରଧାନ ତଥା ବିଦାୟୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ବିଶିଷ୍ଟ ସମାଜସେବୀ ଭାଗବତ ପାଢୀ ଉପସ୍ଥିତ ଥିଲେ।
ସମ୍ୱର୍ଦ୍ଧନାର ଉତ୍ତରରେ ପାଣିଗ୍ରାହୀ ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସମସ୍ତ ସହକର୍ମୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ତଥା ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଦୀର୍ଘ ୨୫ ବର୍ଷର ଅନୁଭୂତି ହୋଇ ରହିବ ବୋଲି ସେ ନିଜର ମନ୍ତବ୍ୟରେ ପ୍ରକାଶ କରିଥିଲେ। ଏଥିରେ ବିଦ୍ୟାଳୟର ଅଭିଭାବକ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.