ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0 1

ଓଡ଼ଗାଁ ଏନ୍ଏସି ନିର୍ବାଚନ ୨ ମାସ ମଧ୍ୟରେ ଅନୁଷ୍ଠିତ ହେବ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ନିର୍ବାଚନ ୨ ମାସ ମଧ୍ୟରେ ସାରିବା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଡ଼ଗାଁ ସହରବାସୀଙ୍କ ସହଯୋଗରେ ନିର୍ବାଚନ ପ୍ରକ୍ରିୟାକୁ ଅବାଧ ନିରପେକ୍ଷ ଭାବରେ ପରିଚାଳନା କରିବାକୁ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିହାର ରଞ୍ଜନ ବେହେରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିବା ସମୟରେ ଏନ୍ଏସି କର୍ମଚାରୀ ଏବଂ ସାମ୍ବାଦିକଙ୍କ ଉପସ୍ଥିତିରେ ସୂଚନା ପ୍ରଦାନ କରିଥିଲେ । ଏବଂ ପ୍ରତ୍ୟେକ ୱାର୍ଡର ଭୋଟର ତାଲିକା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସାମାନ୍ୟ ସଂଶୋଧନ ପରେ ତାହା ପ୍ରକାଶ ପାଇବ ବୋଲି କହିଥିଲେ । ଖୁବଶୀଘ୍ର ନିର୍ବାଚନ ଆଚରଣବିଧି ଲାଗୁ ହେବ । ଏହି ସୂଚନା ପ୍ରଚାର ହେବା ପରେ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଦୀର୍ଘ ସମୟଧରି ଅପେକ୍ଷା କରି ରହିଥିବା ଆଶାୟୀ ମାନଙ୍କ ମଧ୍ୟରେ ତତ୍ପରତା ଦେଖା ଦେଇଥିବା ବେଳେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ ଆସନକୁ ନେଇ ସବୁଆଡେ ଗରମା ଗରମ ଆଲୋଚନା ଦେଖାଯାଇଛି ।ତେବେ ଆଗାମୀ ଦିନରେ ଏହାର ରୁପରେଖ କିପରି ରହିବ ଏବଂ ନିଜକୁ ବିଜୟ ପଥରେ ଆଗେଇ ନେବାକୁ କେଉଁ ଦଳ କିିପରି ରାଜନୈତିକ କୈାଶଳ ପ୍ରଦର୍ଶନ କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.