ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଜି ( ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାରେ ଆଧାର କାର୍ଡ ସମସ୍ତ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହାକୁ ପ୍ରତ୍ୟେକ ୧୦ ବର୍ଷ ମଧ୍ୟରେ ଆଧାର ଅପଡେଟ୍ ହେବା ଆବଶ୍ୟକ , ତେଣୁ ଗଜପତି ଜିଲ୍ଲାରେ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଜିଲ୍ଲାପାଳ କହିଥିଲେ।
ଆଧାର କାର୍ଡ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା , ରାସନ କାର୍ଡ , ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସହାୟକ ହେଉଛି। ତେଣୁ ସଚେତନତା ମାଧ୍ଯମରେ ଲୋକମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି। ଆଧାର କାର୍ଡ ପ୍ରାୟ ସମସ୍ତ ସରକାରୀ ଯୋଜନାର ଲାଭ ଉଠାଇପାରିବେ , ଗୋଟାଏ ରାଷ୍ଟ୍ର ଗୋଟିଏ ରାସନ୍ କାର୍ଡର ସୁବିଧା , ଋଣ ଆବେଦନ ବ୍ୟାଙ୍କ ଦ୍ବାରା ଶୀଘ୍ର ପ୍ରକ୍ରିୟା କରଣ , ଇନକମ ଟ୍ୟାକ୍ସ ରିଟନିଙ୍ଗ ସହାୟତା ପାଇଁ ଆଧାର କାର୍ଡ ଅପଡେସନ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଛି।
ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ myaadhar.uidai.gov.inରେ ଅପଡେସନ୍ କରାଯାଇ ପାରିବ। ସେହିପରି ଜିଲ୍ଲାରେ ୨୯ ଗୋଟି ଜନ ସେବା କେନ୍ଦ୍ର ଆଧାର ଅପଡେସନ୍ କରାଯାଉଅଛି। ସେହିପରି ପୋଷ୍ଟ ଅଫିସ , ବିଭିନ୍ନ ବ୍ୟାଙ୍କ୍ , ବ୍ଲକ ଅଫିସ୍ , ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ଆଧାର ଅପଡେସନ୍ କରାଯାଉଅଛି। ଜିଲ୍ଲାରେ ୦-୫ ବର୍ଷ ଶିଶୁ ମାନଙ୍କ ଆଧାର ଜେନେରେସନ କୁ ବୃଦ୍ଧି କରିବା ସହିତ ୫ରୁ ବର୍ଷ ଉର୍ଦ୍ଧ ବୟସ ବର୍ଗଙ୍କ ପାଇଁ ମଧ୍ୟ ଆଧାର ଅପଡେସନ୍ ଆବଶ୍ୟକତା ଅଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ଆଧାର ତାଲିକା ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକ୍ , ଗ୍ରାମ ପଞ୍ଚାୟତ ସ୍ତରରେ କ୍ୟାମ୍ପ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି। ଦଶ ବର୍ଷ ପୂର୍ବେ କରିଥିବା ଆଧାର କାର୍ଡ ଅପଡେଟ୍ କରିବା ଓ ମୋବାଇଲ୍ ନମ୍ବର ସଂଯୋଗ , ବାଇଓମେଟ୍ରିକ୍ ଡକ୍ୟୁମେଣ୍ଟ ଅପଡେଟ୍ ଆଦି ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରାକ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ,ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଜିଲ୍ଲା ଇ – ଗଭର୍ଣାନ୍ସ ପରିଚାଳକ , ଶ୍ରୀ ଚିରେଞ୍ଜିବି ଦୋରା ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର , UIDAIଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post