ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ସାଥୀ କ୍ୟାମ୍ପେନ୍ ୟୁନିଟ୍ ର ସଫଳ ରୂପାୟନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୩୦.୦୫.୨୦୨୫ ରିଖ ଶୁକ୍ରବାର ସକାଳ ୧୦.୦୦ ସମୟରେ ସ୍ଥାନୀୟ ରାୟଗଡ଼ା ସିଭିଲ କୋର୍ଟ ପରିସରରେ ଥିବା ଭିସି ହଲରେ ଅନୁଷ୍ଠିତ ହୋଯାଇଅଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ସମସ୍ତ ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କିଶୋର ନ୍ୟାୟ ଆଇନ ସମ୍ପର୍କିତ ମାମଲା ପରିଚାଳନା କରୁଥିବା ପୁଲିସ ଅଧିକାରୀ, ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନର ଅଧିକ୍ଷକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ୟାନେଲ ଲୟର ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମାନେ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି, ଜାତୀୟ ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ଶୁଭାରମ୍ଭ କରାଯାଇଥିବା “ସାଥୀ କ୍ୟାମ୍ପେନ୍” ମାଧ୍ୟମରେ ୧୮ ବର୍ଷରୁ କମ୍ ବୟସର ନିରଶ୍ରାୟ ଶିଶୁଙ୍କୁ ଚିହ୍ନଟ ସହ ସେମାନଙ୍କର ଆଧାର ସଂଯୋଗିକରଣ କରାଯିବା, ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ଏବ ଆବଶ୍ୟକସ୍ଥଳେ ସମସ୍ତ ପ୍ରକାରର ନିଶୁଳ୍କ ଆଇନ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଥୀ ୟୁନିଟ୍ ର ର ସମସ୍ତ ସଦସ୍ୟ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
Sign in
Sign in
Recover your password.
A password will be e-mailed to you.
Next Post