ହୃଦାନନ୍ଦ ପୃଷ୍ଟିଙ୍କ ପୁସ୍ତକ ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍- ଏ ୟୁଥ୍ସ ପର୍ସେପ୍ଟିଭ୍ ଅନ୍ ଲାଇଫ୍’ ଉନ୍ମୋଚିତ

2

ଭୁବନେଶ୍ୱର, ୨୪.୦୫.୨୦୨୫: ବିଶିଷ୍ଟ ଯୁବ ଲେଖକ ଶ୍ରୀ ହୃଦାନନ୍ଦ ପୃଷ୍ଟିଙ୍କ ଦ୍ୱାରା ଲିଖିତ ପ୍ରେରଣାଦାୟୀ ପୁସ୍ତକ ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍- ଏ ୟୁଥ୍ସ ପର୍ସେପ୍ଟିଭ୍ ଅନ୍ ଲାଇଫ୍’ ନୂଆଦିଲ୍ଲୀସ୍ଥିତ ଆଜିଟିୟୁଡବ୍ଲୁ୍ୟ ଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମୂଲ୍ୟବୋଧ ସମ୍ପନ୍ନ ଜୀବନଯାପନ ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଲେଖକଙ୍କ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତାକୁ ପ୍ରଂଶସା କରିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡଃ କିରଣ ବେଦୀ, ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ରାଜ୍ୟପାଳ ତଥା ବିଶିଷ୍ଟ ଲେଖିକା, ଶ୍ରୀମତୀ ପ୍ରିତୀ ସୁଦାନ, ୟୁପିଏସ୍ସି ଅଧ୍ୟକ୍ଷ, ଅମରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ ଆଇଏଫ୍ଏସ୍ ତଥା ବିଶିଷ୍ଟ କବି, ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଅବସରପ୍ରାପ୍ତ ଆଇଆର୍ଏସ୍, ପ୍ରଫେସର ରଞ୍ଜନା ଝା, କୁଳପତି ଆଜିଟିୟୁଡବ୍ଲୁ୍ୟ ଏବଂ ପୁସ୍ତକର ଲେଖକ ହୃଦାନନ୍ଦ ପୃଷ୍ଟି ଉପସ୍ଥିତ ଥିଲେ ।
‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍- ଏ ୟୁଥ୍ସ ପର୍ସେପ୍ଟିଭ୍ ଅନ୍ ଲାଇଫ୍’ କେବଳ ଏକ ପୁସ୍ତକ ନୁହେଁ- ଏହା ଆଜିର ଜଟିଳ ଦୁନିଆରେ ସ୍ପଷ୍ଟତା, ଉଦେ୍ଧଶ୍ୟ ଏବଂ ପରିପୂର୍ଣ୍ଣତା ଖୋଜୁଥିବା ଯୁବ ମନ ପାଇଁ ଏକ ଆଲୋକବର୍ତ୍ତିକା । ଏହା ଆତ୍ମ-ବିକାଶ, ସହାନୁଭୂତି ଏବଂ ପ୍ରକୃତ ଖୁସି ଉପରେ ଗଭୀର ପ୍ରତିଫଳନ ପ୍ରଦାନ କରିବା ସହ ଯୁବପିଢିଙ୍କୁ ସ୍ୱାଧୀନ, ମୂଲ୍ୟବୋଧରେ ବଞ୍ଚିବା ଏବଂ ଅର୍ଥପୂର୍ଣ୍ଣ ସେବାର ଜୀବନକୁ ଗ୍ରହଣ କରିବାକୁ ଅନୁରୋଧ କରେ । ଏହି ପୁସ୍ତକଟି ସୁନ୍ଦର ଭାବେ କାଳଜୟୀ ସତ୍ୟ ‘ପ୍ରକୃତ ଖୁସି ଭିତରୁ ଆସେ’ ଉକ୍ତିକୁ ସଠିକ ଭାବେ ପ୍ରତିପାଦିତ କରିଥାଏ ଏବଂ ଏହି ବାର୍ତ୍ତା ପୁସ୍ତକର ପ୍ରତି ପୃଷ୍ଠାରେ ଦେଖିବାକୁ ମିଳେ । ଡଃ କିରଣ ବେଦୀ, ଡଃ ଭି.କେ ସାରସ୍ୱତ, ଏବଂ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଅନୁମୋଦିତ । ପୁସ୍ତକଟି ଯୁବପିଢିର ଶକ୍ତି ସହିତ ଅଭିଜ୍ଞତାର ଜ୍ଞାନର ସେତୁ ସ୍ଥାପନ କରେ ।

 

Leave A Reply

Your email address will not be published.