୨୧ ନମ୍ବର ରାଜ୍ୟ ରାଜପଥ ରଙ୍ଗଣୀପାଟଣା ଛକରେ ଜମିଲା ବର୍ଷା ଜଳ, ଯାତାୟାତ ବାଧାପ୍ରାପ୍ତ

2

ଓଡ଼ଗାଁ ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ରାଜ୍ୟ ରାଜପଥର ଓଡ଼ଗାଁ ନିକଟ ରଙ୍ଗଣୀପାଟଣା ଛକରେ ବର୍ଷା ଜଳ ଜମିଯିବା ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରାସ୍ତା ପାର୍ଶ୍ବରେ ଅନେକ ଗୃହ ନିର୍ମାଣ ଚାଲିଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ଫଳରେ ଏଭଳି ସମସ୍ୟା ଦେଖାଦେଉଛି । ଅପରପକ୍ଷରେ ଗୃହ ନିର୍ମାଣକାରୀ, ରାସ୍ତା ପାର୍ଶ୍ଵ ଘର ସାମ୍ନାରେ ମୋରମ ପକାଇଥିବା ସ୍ଥାନ ଉପର ଦେଇ କୈାଣସି ଯାନ ଚାଲିଯାଇଥିଲେ ସେଠାରେ ସାଧାରଣ ଯାତ୍ରୀଙ୍କ ଅବସ୍ଥା କହିଲେ ନସରେ । ଛକଟି ସାଧାରଣତଃ ସର୍ବଦା ଯାନବାହାନର ଭିଡ଼ ଲାଗିରହୁଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି । ସାମାନ୍ୟ ବର୍ଷାରେ ପାଣି ଜମୁଥିବା ବେଳେ ବର୍ଷା ଋତୁରେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବା ସମ୍ଭାବନା ରହିଛି । କର୍ତ୍ତୃପକ୍ଷଙ୍କ ସାମାନ୍ୟ ଦୃଷ୍ଟି ପଡ଼ିଲେ ସମସ୍ୟାର ସହଜ ସମାଧାନ ହୋଇପାରିବ ।

Leave A Reply

Your email address will not be published.