ଟିଟିଲାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ମନିଗାଁ ପଞ୍ଚାୟତ ଅନ୍ତର୍ଗତ ମନିଗାଁ ଠାରୁ ତୁଳାଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ଆଣଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ରାସ୍ତା ଗ୍ରାମୀଣ କାର୍ଯ୍ୟ ନିର୍ବାହୀ ବିଭାଗ ପକ୍ଷରୁ ମନିଗାଁ ଠାରୁ ତୁଳାଙ୍ଗ ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପିଚୁ ରାସ୍ତା ନିର୍ମାଣ ହେଇଛି ତାହା ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଇଛି ତେଣୁ ସ୍ଥାନେ ସ୍ଥାନେ ପିଚୁ ଉପୁଡି ଯାଇଥିବା ଓ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ବୁଲେଇ ପାଖରେ ପିଚୁ ସମ୍ପୂର୍ଣ୍ଣ ଭାବରେ ଉପୁଡି ଯାଇଥିବା ବେଳେ କେତେଜଣ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ଯୋଗୁଁ ତାହା ଏକ ବିପଦଜନକ ରାସ୍ତା ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ସମୟରେ ମଧ୍ଯ ଗ୍ରାମବାସୀ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଖାତିର ନ କରି ଭୁଆଁବୁଲେଇ ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ଏବଂ କିଛି ଅଂଶ ସଂପୂଣ୍ଣ ମଧ୍ୟ ହୋଇସାରିଛି। ଏନେଇ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସାମାଜିକ କର୍ମକର୍ତ୍ତା ମାନେ ଅତ୍ୟନ୍ତ କ୍ଷୋଭ ବ୍ୟକ୍ତ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରାମ ମାନଙ୍କୁ ପ୍ରାଥମିକ ସ୍ତର ଭାବରେ ପ୍ରାଧାନ୍ୟ ଦେଇ ତାହାର ଉନ୍ନତି ଓ ବିକାଶ ଏବଂ ଜନସାଧାରଣଙ୍କ ମନ ହୃଦୟରେ ଟିକିଏ ହସ ଫୁଟାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ତାହାର ଫାଇଦା ଜନସାଧାରଣଙ୍କୁ ନ ମିଳି ଏହି ଯୋଜନା ମାନଙ୍କରେ ମାଲା ମାଳ ହେଉଛନ୍ତି ସମ୍ପୃକ୍ତ ଥିବା ସରକାରୀ ଅଧିକାରୀ ଏବଂ ଠିକାଦାର ମାନେ। ଏମାନଙ୍କର କାହାରି ଖାତିର ନାହି; ନା ଜନସାଧାରଣ ନା ପ୍ରଶାସନ। ଠିକାଦାର ଓ ସମ୍ପୃକ୍ତ ସରକାରୀ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ କେତେ ଯେ ଦୁର୍ନୀତି ହେଉଅଛି ତାହା କହିଲେ ନ ସରେ ।
ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଉଚିତ କାର୍ଯ୍ୟ କରିବା ପାଇଁ ଆଦେଶ ଦିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.