ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ), ତା ୨୨/୦୫/୨୫ ନବରଙ୍ଗପୁର ଜିଲା ଡାଵୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଗ୍ରାମ ସଦର ମହିମା ଟୁଙ୍ଗୀ ପରିସରରେ ନିର୍ମାଣ ଚାଲିଥିବା ନୂତନ ବାନା ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ବୁଧବାର ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ସହିତ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଉକ୍ତ ଧାର୍ମିକ କାର୍ଯ୍ୟକ୍ରମରେ ବକ୍କଳଧାରୀ ବ୍ରହ୍ମ ଅବଧୂତ ଅନାଦିବାବା , ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଏବଂ ବ୍ରହ୍ମ ଅବଧୂତ ରାମଚ଼ନ୍ଦ୍ର ବାବାଙ୍କ ସମେତ ମେଦନା ଏବଂ ଆଖପାଖ ପଂଚାୟତ ଓ ବ୍ଲକର ଶତାଧିକ ସାଧୁ ସନ୍ଥ, ବୈରାଗୀ,ଭକ୍ତମାନଙ୍କ ଉପସ୍ଥିତିରେ ନୂତନ ବାନା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ସର୍ବ ପ୍ରଥମେ ସମସ୍ତ ମହିମା ଧର୍ମାବଳମ୍ବି ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ନଦୀ କୂଳରୁ ଜଳ ସଂଗ୍ରହ କରି ମନ୍ଦିର ପିଠରେ ଶୁଭ ଅନୁକୂଳ କଳସ ସ୍ଥାପନ କରିଥିଲେ। ସଂନ୍ଧ୍ୟାରୁ ଅହରାତ୍ର ବ୍ୟାପି ମହିମା ଧର୍ମାବଲମ୍ବିମାନଙ୍କ ନାମ ସଂକୀର୍ତନ ସହିତ ଅଖଣ୍ଡ ଦୀପ , ଅଖଣ୍ଡ ବ୍ରହ୍ମ ଧୁନୀ ପ୍ରଜ୍ବଳନ ସହ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡ଼ାବୁଗାଁ ବ୍ଲକ ଚେୟାରମ୍ୟାନ ବଂଶିଧର ମାଝୀ,ପୂର୍ବତନ ମେଦନା ଗ୍ରାମ ପଞ୍ଚାୟତ ସରପଞ୍ଚ ହିରଣ୍ୟ ମାଝୀ , ମେଦନା ଗ୍ରାମବାସୀ ଓ ଭକ୍ତବୃନ୍ଦ ମାନଙ୍କ ସହଯୋଗ ରେ ବିଶ୍ୱଶାନ୍ତି ପାଇଁ ଅନୁଷ୍ଠିତ ହୋଇଥିବା ବୈଦିକ ସତ୍ୟସନାତନ ମହିମା ଧର୍ମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.