ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାଧିକାରୀ ଙ୍କ ପ୍ରେସ୍ ବିଜ୍ଞପ୍ତି ପ୍ରକାରେ ଆଜି ମେ ମାସ ୨୨ ତାରିଖ ଗୁରୁବାର ୨୦୨୫ ସକାଳ ପ୍ରାୟ ୮.୩୦ ସମୟରେ ଏସ୍.ଆଇ ସମୀର କୁମାର ସେଠି ଅନ୍ୟ ପି.ଏସ୍.ଙ୍କ ସହିତ ଦଦରାଲୁଣ୍ଡା ଏବଂ ନିକଟସ୍ଥ ଅଞ୍ଚଳରେ ଦିନିକିଆ ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇଲେ ଯେ ,ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଯାନରେ ମୁଜାଗଡରୁ ଦୁର୍ଗା ପ୍ରସାଦ ଅଞ୍ଚଳକୁ ବେଆଇନ ପଶୁ ପରିବହନ କରାଯାଉଛି। ସେ ତୁରନ୍ତ ଖାରିଗୁଡ଼ା ଟୋଲ୍ ଗେଟ୍ ରେ ଘଟଣାସ୍ଥଳରେ ପହଞ୍ଚି OD 08 Y 7335 ନମ୍ବର ବିଶିଷ୍ଟ ଏକ ବୋଲେରୋ ମ୍ୟାକ୍ସ ପିକ୍ଅପ୍ କୁ ଅଟକାଇ ରଖିଲେ ଏବଂ ଦେଖିଲେ ଯେ ଗାଡ଼ି ଭିତରେ ୧୧ ଟି ମଇଁଷି ଏକ ରଶିରେ ବନ୍ଧା ହୋଇଛି। ଏହା ବିଷୟରେ ସବିଶେଷ ପଚରାଯିବାରୁ ସେମାନେ ଏପରି ମଇଁଷି ପରିବହନ ପାଇଁ କୌଣସି ଆଇନ ସମ୍ମତ କାଗଜପତ୍ର ଦେଖାଇ ପାରିଲେ ନାହିଁ। ଯାହାଫଳରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଆଜି ଅର୍ଥାତ୍ ୨୨.୦୫.୨୦୨୫ ରେ କୋର୍ଟକୁ ପଠାଯାଇଛି ।କାରଣ ସେମାନେ ପ୍ରାଣୀ ପ୍ରତି ନିଷ୍ଠୁରତା ନିବାରଣ ଆଇନ ୧୯୬୦ ଅନୁଯାୟୀ ଦଣ୍ଡନିୟ। ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ର ସାଙ୍କରାକାନ୍ଦା ପାନି ଙ୍କ ପୁତ୍ର ଆଶିଷ କାନ୍ଦା ପାନି, ଆଲବାଣ୍ଟା ନାୟକ ଙ୍କ ପୁତ୍ର ଆକାଶ ନାୟକ, ସିରୋପାଟି ନାୟକ ର ପୁତ୍ର ଆଲବାର୍ଥା ନାୟକ ଓ ଦଦରା ଲୁଣ୍ଡା ଖଣ୍ଡିଗୋଟି ଅଞ୍ଚଳର ବିଶ୍ଵନାଥ ଗୈାଡ ର ପୁତ୍ର ନାରାୟଣ ଗୈାଡ।
Sign in
Sign in
Recover your password.
A password will be e-mailed to you.