ବାମରା ବ୍ଲକ ଅଧ୍ୟକ୍ଷାଙ୍କ କାର ଦୁର୍ଘଟଣା ଗ୍ରସ୍ତ : ପରିବାରର ତିନି ସମେତ ଚାରି ଆରୋହୀ ଆହତ।

3

ବାମରା (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର ବୁଧବାର ଦିନ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ତାଙ୍କର ପରିବାର ତିନି ଜଣ ସଦସ୍ୟ ସମେତ ମୋଟ ଚାରି ଜଣ ଆହତ ହୋଇଥିଲେ, ତେବେ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧରୁଆଙ୍କ ପରିବାର କୌଣସି କାମ ପାଇଁ ପୁରୀ ଯାଇ ବୁଧବାର ଦିନ ନିଜ ଘରକୁ ଫେରୁଥିଲେ। ଫେରିବା ସମୟରେ କୁଚିଣ୍ଡା ଥାନା ଅନ୍ତର୍ଗତ କୁମୁରାଗୋଡା ଛକ ନିକଟରେ ତାଙ୍କର କାର ନଂ ଓଡି ୧୫କେ ୨୮୧୫ ସମ୍ମୁଖ ପଟରୁ ଆସୁଥିବା ଟ୍ରକ ନଂ ଓଡି ୦୨ଏୟୂ ୧୨୭୭ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ କାରର ଡ୍ରାଇଭର ପଟଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇ କାର ଭିତରେ ବସିଥିବା ବ୍ଲକ ଅଧ୍ୟକ୍ଷାଙ୍କ ପରିବାରର ତିନି ସଦସ୍ୟଙ୍କ ସମେତ ମୋଟ ଚାରି ଜଣ ଆହତ ହୋଇଥିଲେ ମାତ୍ର କାରରେ ଥିବା ଅଧ୍ୟକ୍ଷାଙ୍କ ଚାରି ବର୍ଷର ଶିଶୁ କନ୍ୟାଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ କୌଣସି ଆଘାତ ଲାଗି ନ ଥିଲା। ଆହତ ମାନେ ହେଲେ ଅଧ୍ୟକ୍ଷାଙ୍କ ସ୍ୱାମୀ ହରେନ୍ଦ୍ର ଧରୁଆ(୪୭) ତାଙ୍କର ମୁହଁରେ ମାଡ଼ ହୋଇ ରକ୍ତ ବାହାରୁଥିବା ବେଳେ, ଶାଶୁ ଗୋଦାବରୀ ଧରୁଆ (୭୦)ଙ୍କ ମୁହଁ ଏବଂ ମୁଣ୍ଡରେ ଶକ୍ତ ମାଡ଼ ହୋଇ ଗୁରୁତର ଆହତ ହୋଇଥିଲେ ସେହିପରି ନନ୍ଦଣ ଅମିୟ ପ୍ରିୟଦର୍ଶିନୀ ଧୁରୁଆଙ୍କ ଗୋଡ ଭାଙ୍ଗି ଯିବା ସହ ଶରୀରର ଅନେକ ଜାଗାରେ ଆଘାତ ଲାଗିଛି ଏମାନଙ୍କ ସହ ଗାଡ଼ିରେ ଥିବା ଡ୍ରାଇଭର ମଞ୍ଜିତ କୁମାର ସାହୁ(୨୭) ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଘଟଣାସ୍ଥଳରୁ ଉଦ୍ଧାର କରି ପୋଲିସ କୁଚିଣ୍ଡା ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ପରେ ଗୁରୁତର ଆହତ ଅଧ୍ୟକ୍ଷାଙ୍କ ଶାଶୁ ଓ ନଣନ୍ଦଙ୍କୁ ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.