ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସାଇ ଇଣ୍ଟରନେସନାଲରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଡବ୍ଲୁ.ଓ.ଟି.ଆର୍ ଆନୁକୂଲ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଅନୁଭୂତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲା ଉଠାଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆର୍.ଏନ୍.ବେହେରା , ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଏସ୍.ଆର୍.ଦାଶ , ଜିଲ୍ଲା ମୁଖ୍ୟ କୃଷି ବିଭାଗର ଅଧିକାରୀ ରବିନ୍ଦ୍ର କୁମାର ଆଦେକ୍ , ନାବାର୍ଡର ଡେପୁଟି ଜେନେରାଲ ମ୍ୟାନେଜର ପ୍ରତୀକ ପଣ୍ଡା , ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ , ଏସ୍.ଡବ୍ଲୁ.ଡବ୍ଲ୍ୟୁ.ଏସ୍ ର ସଭାପତି ଡ. ଡି.ଜଗନ୍ନାଥ ରାଜୁ ମଞ୍ଚାସୀନ ଥିଲେ।
ଆୟୋଜକ ସଂଗଠନର ଆଞ୍ଚଳିକ ପରିଚାଳକ ଗାବ୍ରିଏଲ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିବପ୍ରସାଦ ସାହୁ , ଅରୁଣ କୁମାର ଖାଡଙ୍ଗା , ସୌମ୍ୟରଞ୍ଜନ ପ୍ରଧାନ , ପ୍ରମିଳା ସାହୁ ଏବଂ ଅଜିତ ମାଝି ସଂଗଠନର ବିକାଶମୂଳକ କାର୍ଯ୍ୟକ୍ରମର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ ବିଶେଷ କରି ଆଦିବାସୀ ବହୁଳ ଇଲାକାରେ ଜମି , ଜଳ ଓ ଜଙ୍ଗଲ ର ସଂରକ୍ଷଣ ମୂର୍ତ୍ତିକା କ୍ଷୟର ନିରାକରଣ ପଦ୍ଧତି ତଥା ଜୀବନ ଜୀବିକା ସମ୍ୱନ୍ଧୀୟ କାର୍ଯ୍ୟକ୍ରମର ସ୍ଥାନୀୟ ଲୋକଙ୍କ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ସରକାରୀ ଯୋଜନାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ।
ଏଥିରେ ଯୋଗ ଦେଇଥିବା ଗଜପତି ଜିଲ୍ଲାର ୨୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନ ନିଜନିଜର ଅନୁଭୂତି ପ୍ରଦାନ କରିଥିଲେ।ସଂଗଠନର କର୍ମକର୍ତ୍ତା ଜଗଦୀଶ , ତନ୍ମୟ , ନିକୁଞ୍ଜ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.