କୁଚିଣ୍ଡା (ଲିପନ ନାଏକ ) କୁଚିଣ୍ଡା ସହର ଏବଂ ଲାଡ ଏହାର ଆଖପାଖ କେତେକ ଅଞ୍ଚଳରେ ଏଇ କିଛିଦିନ ହେବ ତାପମାତ୍ରା ବୃଦ୍ଧି ବଢୁଥିବା ବେଳେ ଗରମ ଓ ଗୁଳୁଗୁଳି ନିସ୍ତାର ମିଳୁନଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି l ଅସହ୍ୟ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସି ଓ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି l ସେହି ଅନୁସାରେ ଲୋକଙ୍କ ଖାଇବା ଓ ପିଇବା ଅନୁସାରେ ଚାହିଦା ର କିଛି ମଧ୍ୟ ପରିବର୍ତ୍ତନ ଘଟିଛି l ଲୋକେ ପେଟ ଥଣ୍ଡା କରୁଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ରାସ୍ତା କଡରେ ପସରା ମେଲାଇ ବସିଥିବା ତାଳସାଜ, ତରଭୁଜ, ଲିଚୁ ଭଳି ଅନେକ ବେପାରୀଙ୍କ ନିକଟରେ ଲୋକମାନେ ଭିଡ଼ ଜମାଉଥିବାର ଦେଖିବାକୁ ମିଳୁଛି l ପେଟ ଥଣ୍ଡା ରଖିବା ପାଇଁ ଲୋକ ତାଳସଜ ଖାଇବା ପ୍ରତି ଅଧିକ ଆକୃଷ୍ଟ ହେଉଥିବା ପରିଲକ୍ଷିତ ହେଉଛି l ରାସ୍ତାରେ ଯାଉଥିବା ଯାତ୍ରୀ ଶରତ କୁହନ୍ତି ଆମେ ଏହି ରାସ୍ତାରେ ଯାଉଥିଲୁ ଏହି ତାଳସଜ ଖାଇବାକୁ ବହୁତ ଭଲ ଏବଂ ଶରୀର ପାଇଁ ମଧ୍ୟ ହିତକାରକ ଏହାକୁ ନେଇ ମୁଁ କହିବି ଏଵେକାର ଲୋକ ଏହି ସମସ୍ତ ଆଦିବାସୀ ଙ୍କ ଖାଦ୍ୟ କୁ ଭୁଲିଗଲେଣି ଯାହାକୁ କି ସେବନ କରି ଆଘ ଆମ ଅଜା ଅମଳର ଲୋକେ ବହୁତ ଶକ୍ତ ଓ ଟାଣ ରହୁଥିଲେ ଏଣୁ ସମସ୍ତେ ଏହି ସବୁ ଜିନିଷ ଗୁଡିକ ବ୍ୟବହାର କରନ୍ତୁ l ସେହିପରି ଏହି ତାଳସଜ, ତରଭୁଜ ବିକ୍ରେତା କୁହନ୍ତି ବର୍ଷକ ଥର ଟିଏ ଏହି ଫଳ ଆସିଥାଏ ଲୋକଙ୍କୁ ଏହାକୁ ଖୁଆଇବାକୁ ଆମକୁ ବହୁତ ଭଲ ଲାଗିଥାଏ ସମସ୍ତେ ଏଠାକୁ ଆସି ଖାଉଛନ୍ତି ଏବଂ ଆମ ଦୁଇ ପଇସା ରୋଜଗାର ମଧ୍ୟ ହେଉଛି l ଏହି ବ୍ୟସ୍ତତା ବହୁଳ ଜୀବନ ଜାପାନ ରେ ଲୋକେ ଏହି ସବୁ ଫଳମୂଳ ଠୁ ଦୁରେଇ ଯାଉଥିଲେ ମଧ୍ୟ ନିଜ ଶିରୀରକୁ ସୁସ୍ଥ ଓ ତାଜା ରଖିବା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି ଙ୍କୁ ଏହି ସବୁ ଜିନିଷ ବ୍ୟବହାର କରିବା ଉଚିତ ବୋଲି ଜ୍ଞାନବିତ୍ତ ଙ୍କ ମତ l
Sign in
Sign in
Recover your password.
A password will be e-mailed to you.