ବିଜେପୁର :-ବିଜେପୁର ସ୍ଥିତ ବସଷ୍ଟାଣ୍ଡ ଆଜି ସରକାର ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ବିଗତ ଦିନରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏଠାରେ ଦିର୍ଘବର୍ଷ ଧରି ପେଟପାଟଣା ପାଇଁ ଗୁଜୁରାଣ ମେଣ୍ଟାଇ ଆସୁଥିବା, ଛୋଟଛୋଟ ବ୍ୟବସାୟୀ ସ୍ଥାୟୀ ଅସ୍ଥାୟୀ ଦୋକାନ ଘର,ଠେଲା ବାଲା ମାନଙ୍କୁ ନିଜନିଜ ଦୋକାନ ମାନଙ୍କୁ ଉଚ୍ଛେଦ କରିବା ସହ ସହଯୋଗ କାମନା କରିଥିଲେ। ତାଙ୍କ ନିର୍ଦ୍ଦେଶାନାମା ଅବଧି ସରଲାପରେ ଆଜି ତା ୨୧.୦୫.୨୦୨୫ ରିଖ ସକାଳ ୮ଟା ୩୦ମିନିଟରୁ ଜେସିବି ଲଗାଇ ସରକାରୀ ଜମି ଉପରେ ଥିବା ଅସ୍ଥାୟୀ ଗୃହ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଆନ୍ତରିକତା ସହ ଦୋକାନୀ ମାନେ ସ୍ୱତଃ ପ୍ରବୃତ ଭାବେ ସହଯୋଗ କରିଥିବା ବେଳେ, ଆଗାମୀ ଦିନରେ ସେମାନଙ୍କ ଥଇଥାନ ପାଇଁ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତାହା ସର୍ବସାଧାରଣରେ ଦେଖିବାକୁ ବାକି ରହିଲା।ଏହି ଉଚ୍ଛେଦ ପ୍ରକ୍ରିୟା ରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଭୁବନ ଶତପଥୀ,ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତିଙ୍କ ଉପସ୍ଥିତିରେ ବେଶ ଶାନ୍ତି ଶୃଙ୍ଖଳା ସହ ଉଛେଦ ପ୍ରକ୍ରିୟା ଚାଲିଛି।
Sign in
Sign in
Recover your password.
A password will be e-mailed to you.