ରମାକାନ୍ତ ସେବା ଫାଉଣ୍ଡେସନ ର ସେବା କାର୍ଯ୍ୟ ଜାରୀ:ଯୋଗ ଦେଲେ ପଚାଶ ରୁ ଅଧିକ ମହିଳା।

3

ବାସୁଦେବପୁର – ଦିନ କୁ ଦିନ ବଢି ବଢି ଚାଲିଛି ରମାକାନ୍ତ ସେବା ଫାଉଣ୍ଡେସନ ର ସେବା କାର୍ଯ୍ୟ କ୍ରମ। ସଂଗଠନ ହେବାର ଗୋଟେ ବର୍ଷ ପୂରଣ ହୋଇ ନାହିଁ କିନ୍ତୁ ସଂଗଠନ ର ସେବା କାର୍ଯ୍ୟ କୁ ଲକ୍ଷ୍ୟ କରି ଯୋଗ ଦେଉଛନ୍ତି ବହୁ ସଦସ୍ୟ। ଏହି ଅବସର ରେ ରବିବାର ରେ ନାୟକାନିଡିହି ପଞ୍ଚାୟତ ଅଧୀନ ମଲ୍ଲିଗାଦେଇପୁର ଠାରେ ଆୟୋଜିତ ଏକ କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଛନ୍ତି ପଚାଶ ରୁ ଅଧିକ ମହିଳା ସଦସ୍ୟ। ପ୍ରଥମେ ଠାକୁରାଣୀ ମନ୍ଦିର ରେ ପୂଜା ପାଠ ପରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମହିଳା ସଦସ୍ୟ ମାନେ କୋଡ଼ିଏ ରୁ ଉର୍ଦ୍ଧ ଲୋକ ଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଓ ବସ୍ତ୍ର ଦାନ କରିଥିଲେ। ଏହି ଅବସର ରେ ଯୋଗ ଦେଇଥିଲେ ସେବା ଫାଉଣ୍ଡେସନ ର ଚେୟାର ମ୍ୟାନ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ। ସେବା କାର୍ଯ୍ୟ କରି ସମସ୍ତେ ଖୁସି ଓ ଆନନ୍ଦିତ ବୋଲି କହିଛନ୍ତି ସଦସ୍ୟ ମାନେ।

Leave A Reply

Your email address will not be published.