ଆଗାମୀ ଶୀତଳ ଷଷ୍ଠୀ ଉପଲକ୍ଷେ ରଙ୍ଗୋଲି ଓ ଚିତା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ।

3

ପଦ୍ମପୁର :- ସ୍ଥାନୀୟ ବଡ଼ବନ୍ଧ ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ କମିଟି ତରଫରୁ ରଙ୍ଗୋଲି ଓ ଚିତା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକ ତଥା ଜିଲ୍ଲା ବାହାରୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସହ ନିଜର କଳା ପ୍ରଦର୍ଶନ କରିଥିଲେ। ସେହିପରି ଚିତା ଝୋଟି ପ୍ରତିଯୋଗିତାରେ ୫ ଜଣ, ଏକକ ରଙ୍ଗୋଲି ରେ ୧୧ଜଣ, ରଙ୍ଗୋଲି ଗ୍ରୁପ ରେ ୫ଜଣ ଓ ଚିତ୍ରାଙ୍କନ ରେ ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପଦ୍ମପୁର ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବା ସହ ବିଚାରକ ଭାବେ ଶ୍ରେଷ୍ଠ ତିନି ପ୍ରତିଯୋଗୀ ଙ୍କୁ ପ୍ରଥମ,ଦ୍ୱିତୀୟ, ତୃତୀୟ ରୂପେ ଚୟନ କରିଥିଲେ। ଚଳିତ ବର୍ଷ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ର ସଭାପତି ସୁରଜ ପ୍ରସାଦ ସାହୁ, ଉପ ସଭାପତି ଆକାଶ ସାହୁ, ସମ୍ପାଦକ କମଳ ସାହୁ, ସହ ସମ୍ପାଦକ ନିକାଶ କୁମାର ନାଏକ, ସେବକ ମେହେର, କୋଷାଧକ୍ଷ କ୍ଷୀରୋଦ୍ର ତ୍ରିପାଠୀ, ଅମିତ ସରାଫ ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟତମ ସଦସ୍ୟ ଭାବେ ତୋଷବନ୍ତ ଭୋଇ, କୁନୁ, ଅଜିତ ପାତ୍ର, ଅଚ୍ୟୁତ ସେଠ, ରଞ୍ଜନ ବାରିକ, ନିବାସ ସେଠ, ପ୍ରକାଶ ଦାଶ, ଅଭିଳାଷ, ମଙ୍ଗଳୁ, ନିହାଲ, ନରେଶ ଦାଶ, ସୋନିଆ, ମଞ୍ଜୁ, ଡଲି, ନିକି, ନିତୁ, ଭାଗ୍ୟବତୀ, ପ୍ରବୀଣ, କାହ୍ନା, ଆଶିଷ, ବିଜୟ, ମାନସ, ଆୟୁଷ ଆଦି ଦାୟିତ୍ୱ ତୁଲାଇଥିଲେ l

Leave A Reply

Your email address will not be published.