ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ, ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ୱାବଧାନ ରେ ବଡ ଆଡମ୍ବର ସହିତ ବିଭିନ୍ନ ପ୍ରତିଯୋଗିତା, ଆଲୋଚନା ଚକ୍ର, ଓ ସମ୍ମାନ ସମାରୋହ ଆୟୋଜନ କରା ଯାଇଥିଲା | ସହ ପ୍ରତିଷ୍ଠାତା ରଶ୍ମିତା ପଣ୍ଡା ଅତିଥି ଙ୍କ ଭଲ ମନ୍ଦ ବୁଝିବା ସହ ମଞ୍ଚ ପରିଚାଳନା କରିଥିଲେ | ଓଡିଶା କିଡ୍ସ ଫେଷ୍ଟିଭାଲ ପ୍ରତିଯୋଗିତା ମାଧ୍ୟମ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଉଥିଲା | ମୁଖ୍ୟ ଅତିଥି ଭାବରେ ରଘୁନାଥପଲ୍ଲୀ ର ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତି ଯୋଗ ଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ | ସମ୍ମାନିତ ଅତିଥି କମଲ ଅଗ୍ରୱାଲ, କୁମାର ବେହେରା, ସୁକାନ୍ତ ଖୁଣ୍ଟିଆ, କୁଞ୍ଜ ବିହାରୀ ରାଉତ, ଗ୍ରାସି ଡାଭିଡ ଓ motivational ବକ୍ତା ବଲବିନ୍ଦେର କୌର ଯୋଗ ଦେଇ Happiness is the key for Sucess ଉପରେ ଚର୍ଚ୍ଚା କରିଥିଲେ | ୧୩ ଜଣକୁ ସେବା ସାରଥୀ ସମ୍ମାନ ଦିଆଯାଇଥିଲା ଓଡିଶା କିଡ୍ସ ଫେଷ୍ଟିଭାଲ ର ବିଚାରକ ରୋବେର୍ଟ ହାଇଫାଇଲ, ବାବୁଲି ହରିପାଲ,ଶିବାନୀ ରାନା, ଶ୍ଵେତା ରାଉତ, ହରି ସାମନ୍ତରାୟ, ଫକୀର ମୋହନ ପତି,ରାଧିକା ଛତ୍ରି ଙ୍କୁ ସମ୍ମାନ ଦିଆ ଯାଇଥିଲା | ଅନ୍ଵେଷା ପଣ୍ଡା ଓ ତନିସ୍କା ସିଂ, ଡେଭିକା ଘୋଷ, ଇସିକା ଘୋଷ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ | ଅନୁଷ୍ଠାନ ର ଏ କାର୍ଯ୍ୟକ୍ରମ ରେ ମାନସି ଘୋଷ,ତରୁଲତା ସାମଲ, ଅର୍ଚନା ସାହୂ, କାମିନୀ ମହତ, ସାନୁ ସସ୍ମିତା ପ୍ରଧାନ, ସୁନ୍ଦର ସାହୁ ଦିନେଶ ଭୋଇ, ଗୌତମ ବାଡା, ପୁର୍ଣିମା ମହାନ୍ତି, ଅନିତା ବେହେରା,ସୁଚିତ୍ରା ଦର୍ଜୀ, ବିଦୁତଳତା ସୁତାର, ବିଶ୍ଵଜୀତା ମହାପାତ୍ର ବିଶେଷ ସହାୟତା କରି ସଫଳ ମଣ୍ଡିତ କରିଥିଲେ | ଶେଷରେ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.