ବେଲଗୁଣ୍ଠା-(ଶିବରାମ ଚୌଧୁରୀ )–ଶନିବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପିନାଥ ସାହି ନିବାସୀ ଧର୍ମପରାୟଣ ମହିଳା ସ୍ଵର୍ଗତ ସରସ୍ଵତୀ ସ୍ଵାଇଁଙ୍କ ଏକାଦଶାହ ତିଥିରେ ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ସରସ୍ଵତୀ ବାଚସ୍ପତି ମହୋଦୟାଙ୍କ ଦୀର୍ଘ ଦିନର ସାରଥୀ ତଥା ଗାଡ଼ି ଚାଳକ ବସନ୍ତ କୁମାର ସ୍ବାଇଁ ତଥା କାଳିଆଙ୍କ ପୁଜ୍ୟା ମା ଥିଲେ ।
ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ ବୋଲି ପ୍ରକାଶ କରିଥିଲେ I ବାଚସ୍ପତି ଶ୍ରୀମତୀ ପାଢୀଙ୍କ ସହିତ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ବହୁ କାଉନସିଲର୍, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I ବାଚସ୍ପତି ଶ୍ରୀମତୀ ପାଢୀ ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗସ୍ତରେ ଆସିଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସ୍ଵାଗତ କରାଯାଇଥିଲା I ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଉପସଭାପତି ପ୍ରଭାତ ସାହୁ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ତ୍ରିପାଠି, ସୁଶାନ୍ତ ବେହେରା, ସୁରେଶ ସୁବୁଦ୍ଧି, ପ୍ରଦୀପ ଚୌଧୂରୀ,ପଞ୍ଚାନନ ନାୟକ, ପଞ୍ଚାନନ ସାହୁ, ତୋଫାନ୍ ସାହୁ, ନାରାୟଣ ପଣ୍ଡା, ଶିବରାମ ଚୌଧୂରୀ, ମଣ୍ଟୁ ମହାପାତ୍ର,ସରୋଜ ଶତପଥି ପ୍ରମୁଖ ଯୋଗ ଦେଇ ବାଚସ୍ପତି ମହୋଦୟାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ I ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢୀ ସାମ୍ବାଦିକ ମାନଙ୍କ ସହିତ କିଛି ସମୟ ପାଇଁ ବାର୍ତ୍ତାଳାପ କରିଥିଲେ I ବେଲଗୁଣ୍ଠା ବିଜେପି ତରଫରୁ ମଣ୍ଡଳ ସଭାପତି ଯତୀନ କୁମାର ପାତ୍ରଙ୍କ ନେତୃତ୍ୱରେ ମନୋଜ ଦଳେଇ, ସୂର୍ଯ୍ୟନାରାୟଣ ତ୍ରିପାଠି, ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ପାତ୍ର,ଯୁବନେତା ବାଳକୃଷ୍ଣ ପାତ୍ର, କାଳିଆ ଚୌଧୂରୀ,ନାରୀ ନେତ୍ରୀ ଟି.ବବିତା କୁମାରୀ,ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ପାତ୍ର, ମଣ୍ଡଳ ସଭାପତି ନିର୍ମଳ ମତ ଗଜସିଂହ,ଜୟନ୍ତ ନାଇକ, ଅଭିଷେକ ସାମନ୍ତରାୟ,ଦଶପଲ୍ଲାର ଯୁବନେତା ବଣ୍ଟି ମିଶ୍ର ପ୍ରମୁଖ ବାଚସ୍ପତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିବା ବେଳେ ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ଜିଲିବା ମଣ୍ଡଳ ସଭାପତି ସଞ୍ଜୟ ଜେନାଙ୍କ ସମେତ ବହୁ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ମୁତୟନ ରହି ଭିଡ଼ ନିୟନ୍ତ୍ରଣ କରିବା ସହିତ ବାଚସ୍ପତିଙ୍କ ସୁରକ୍ଷା ବଳୟର ତଦାରଖ କରିଥିଲେ I
Sign in
Sign in
Recover your password.
A password will be e-mailed to you.