ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।[ଶାସକ ପ୍ରଶାସକ ]: ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଶେଷ ପର୍ଯାୟରେ ।ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ପ୍ରଶାସନ ଭୁଲିଯାଇଛି। ଏ ନେଇ ଜନସାଧାରଣ ରେ ତିବ୍ର ଅସନ୍ତୋଷ ଦେଖାଦେଇଛି , ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ଯୋଗୁ ଗତ ୧୬ ନଭେମ୍ବର ୨୦୨୩ରେ ଶିଳାନ୍ୟାସ ହୋଇଥିଲା ବେଳେ ଇତି ମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇଯାଇଛି। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଏ ଯାଏ ତାହା ବଳବତ୍ତର ରହିଛି। ଏ କ୍ଷେତ୍ରରେ ପ୍ରଶାସନର ଦାୟିତ୍ୱହୀନତାକୁ ମଧ୍ୟ ବିଭିନ୍ନ ମହଲରେ ଦାୟୀ କରାଯାଉଛି। ଏଣୁ ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି ଅଞ୍ଚଳର ହଜାର ହଜାର ଲୋକ ଏକ ମାତ୍ର ଏହି ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ଊପରେ ନିର୍ଭର କରୁଥିବା ବେଳେ ଅଦ୍ୟାବଧି ଏହି କେନ୍ଦ୍ରର ନିର୍ମାଣ Mu କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟକୁ ସମାପ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Next Post