ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ) ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ MBD ପବ୍ଲିସର୍ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷର ଗଜପତି ଜିଲ୍ଲା ମାଟ୍ରିକ ଟପର୍ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପ୍ରଜ୍ୟୋତି ଚୋୖଧୁରୀ ତଥା ପିତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ଚୌଧୁରୀ ଓ ମାତା ଶ୍ରୀମତୀ ନମିତା ଚୌଧୁରୀ ପ୍ରଭୃତି ଙ୍କୁ ମୁଖ୍ୟଅତିଥି ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ମହାରାଜ ଉପଢୌକନ , ଫୁଲତୋଡ଼ା ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟି MBDର ଗଜପତି , ଗଞ୍ଜାମ ଓ କନ୍ଧମାଳର ମାର୍କେଟିଙ୍ଗ୍ ମ୍ୟାନେଜର ଶ୍ରୀଯୁକ୍ତ ନିହାର ରଞ୍ଜନ ପଣ୍ଡା ସହଯୋଗରେ ଓ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ମଣ୍ଡିତ ହୋଇଥିଲା। ଏହି ଅବସରରେ MBD ଶିକ୍ଷାବର୍ଷ ୨୦୨୫-୨୬ର ନବମ ଶ୍ରେଣୀ ନିମନ୍ତେ SAMPLE TEXT PAPER ମୁଖ୍ୟ ଅତିଥି ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.