ଖପ୍ରାଖୋଲ, ୧୬।୫ (ହେମସାଗର ସାହୁ) ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ହରି ଓ ହରଙ୍କ ପବିତ୍ର ପୀଠସ୍ଥଳୀ ତଥା ଓଡ଼ିଶାର ପ୍ରମୁଖ ତୀର୍ଥ ସ୍ଥଳୀ ହରିଶଙ୍କର ଏବଂ ନୃସିଂହନାଥ ରେ ଗତ ତା ୮ ରୁ ନେଇ ୧୨ ତାରିଖ ଯାଏଁ ନୃସିଂହ ଚତୁର୍ଦ୍ଦଶୀ ମେଳା ବୈଶାଖ ଯାତ୍ରା ତଥା ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ନରସିଂହନାଥ ରୁ ହରିଶଙ୍କର ଏବଂ ହରିଶଙ୍କର ରୁ ନରସିଂହନାଥ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ି କି ଯାଇଥିବା ବେଳେ ଗନ୍ଧମାର୍ଦ୍ଧନ ପାହାଡ ଶିଖରରେ ଅନେକ ଦୋକାନ ବଜାର ଏବଂ ଶ୍ରଦ୍ଧାଳୁଙ୍କ ଦ୍ଵାରା ମଇଳା ପ୍ଲାଷ୍ଟିକ ଆବର୍ଜନା ପଡ଼ି ରହିଥିବା ଫଳ ରେ ପ୍ରକୃତିକୁ ଅସୁନ୍ଦର ସହିତ ପରିବେଶକୁ ଦୂଷିତ କରିଥାଏ l ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ହରିଶଙ୍କର ଶାଖା ଆବାହକ ଜୟସିଂ ପୂଝାରୀ ଙ୍କ ଦାୟିତ୍ଵ ରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ତଥା ପାହାଡର ପରିଚ୍ଛନ୍ନତା ତାଙ୍କ ଦାୟିତ୍ୱରେ ଥିବା ବେଳେ ଏହା କୁ ଆଖି ରେ ରଖି ତାଙ୍କ ନେତୃତ୍ବ ରେ ଗନ୍ଧମାର୍ଦ୍ଦନ ପୂତ୍ରମାନଙ୍କୁ ନେଇ ହରିଶଙ୍କର ନୃସିଂହନାଥ ରାସ୍ତା ରୁ ଆରମ୍ଭ କରି ଭୀମା ମୂଡ଼ିଆ ପର୍ୟ୍ୟନ୍ତ ସାଫ ସାଫେଇ ହୋଇଥିଲା l ଏହି ଅବସରରେ ରେ ଗନ୍ଧମାର୍ଦ୍ଦନ ପୂତ୍ର ଶଶିକାନ୍ତ ଧରୂଆ , ବିକାଶ ମହାନନ୍ଦ, ବାସୁଦେବ ଧରୂଆ , ସୁଭାଷ ଧରୂଆ , ସୁଶାନ୍ତ ଧରୂଆ , ପ୍ରଶାନ୍ତ ଧରୂଆ , ଶ୍ରୀତମ ବିଶି , ଲିଟୁ ପ୍ରଧନୀ , ରାହୁଲ ବାଗ , ଦେବେନ୍ଦ୍ର ସେଠ୍ , ଗୋବିନ୍ଦ ସେଠ୍ , ଆକାଶ ପଧାନ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ଥିବା ବେଳେ ହରିଶଙ୍କର ବଣିକ ସଂଘ ର ସଭାପତି ପଞ୍ଚମ ପାଧାନ ଏବଂ ଖପ୍ରାଖୋଲ ଫରେଷ୍ଟର ସୁଧୀର ଜେନା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.