ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୋନପୁର ବ୍ଲକ ଛକଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥାର ସଂଯୋଜକ ପଦ୍ମଲୋଚନ ଭୋସାଗରଙ୍କ ସହଯୋଗ କ୍ରମେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅମାନିଆ ଭାବେ ଚଳାଉଥିବା ଯାନବାହନ ଉପରେ କଡା ଚେକିଂ କରାଯାଇଥିଲା। ବିନା ହେଲମେଟ ଓ ଲାଇସେନ୍ସ ରେ ଚାଳନା କରୁଥିବା ୧୫ ଜଣ ଚାଳକଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଥିଲା। ଦୁଇ ଜଣ ମଦ୍ୟପ ଅବସ୍ଥାରେ ଥିବା ଚାଳକଙ୍କ ଯାନ ଜବତ ହୋଇଥିବା ବେଳେ ଏକ ନାବାଳକ ଚାଳକଙ୍କ ଯାନକୁ ମଧ୍ୟ ଜୋରିମାନା କରାଯାଇଥିଲା।
ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଜଣାଇଛନ୍ତି ଯେ, ଆଗାମୀ ଦିନରେ ଏପରି ସଚେତନତା ଅଭିଯାନଗୁଡିକୁ ଆଉ ବ୍ୟାପକ ଭାବରେ ଆୟୋଜନ କରାଯାଇ ସାଧାରଣ ଲୋକଙ୍କ ମଧ୍ୟରେ ସଡକ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରାଯିବ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଶ ଅକ୍ଷୟ କୁମାର ଜେନା, ମୋଟର ଯାନ ନୀରିକ୍ଷକ, ପରିବହନ ବିଭାଗ ର କର୍ମଚାରୀ ବୃନ୍ଦ, ଓ ଡେପୁଟି ପୋଲିସ ଅଧିକ୍ଷକ ଚନ୍ଦ୍ରଶେଖର ଶବର, ସହାୟକ ସବ୍-ଇନ୍ସପେକ୍ଟର ସୁଶୀଲ ବିଶୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.