ବଜ୍ରାଘାତ ରେ ବୃଦ୍ଧା ମହିଳା ଙ୍କ ମୃତ

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଜଣକ ବୋରିଗାଁ ନିକଟ ଡଙ୍ଗରିଗୁଡ଼ା ଗ୍ରାମ ର ଦଶାଏ ପନକା (୫୬) ବୋଲି ଜଣା ପଡିଛି। ସୂଚନା ଅନୁଯାଇ ଆଜି ପୂର୍ବାହ୍ନରେ ବୋରିଗାଁ ନିକଟ ଡଙ୍ଗରିଗୁଡ଼ା ଗ୍ରାମ ର ଦଶାଏ ପନକା ଡାବୁଗାଁ ସାପ୍ତାହିକ ହାଟ କୁ ଆସିଥିଲେ। ସାପ୍ତାହିକ ହାଟ ରେ ସଉଦା କିଣି ଅପରାହ୍ନ ଚାରି ଘଣ୍ଟ ସମୟରେ ଲକ୍ଷ୍ମୀ ବସ ରେ ପୁଣି ନିଜ ଗ୍ରାମ ଡଙ୍ଗରିଗୁଡ଼ା ଯାଉଥିଲେ। ବୋରିଗାଁ- ଖୁଟୁଗୁଡା ଗ୍ରାମ ଛକ ରେ ବସ ଦସାଏ ପନକା କୁ ଓହ୍ଲାଇ ଘୋଡାଖୁଣ୍ଟ୍ଟା ଅଭିମୁଖେ ଯାଇଥିଲା। ତେବେ ଠିକ୍ ଏହି ସମୟରେ ପ୍ରବଳ ଘଡଘଡି ସହ ଝିପି ଝିପି ବର୍ଷା ହୋଇଥିଲା। ବୃଦ୍ଧା ଦଶାଏ ପନକା ଶୀଘ୍ର ଘରେ ପହଞ୍ଚିବା ପାଇଁ ଶୀଘ୍ର ଶୀଘ୍ର ଚାଲି ଯାଉଥିବା ବେଳେ ବୋରିଗାଁ ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ବୃଦ୍ଧା ଉପରେ ବଜ୍ରାଘାତ ହେବାରୁ ତଳେ ପଡି ଯାଇଥିଲେ। ରାସ୍ତା ଉପରେ ମୁଁହ ମାଡି ପ୍ରାୟ ଦେଢ଼ ଘଣ୍ଟା ଧରି ଦଶାଏ ପନକା ପଡି ରହିଥିବା ବେଳେ ବୋରିଗାଁ ସରପଞ୍ଚ ସୁକ୍ରୁ ଭତରା ମହିଳା ଙ୍କୁ ଚିହ୍ନଟ କରିଥିଲେ। ବୃଦ୍ଧା ମହିଳା ଦଶାଏ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପୁଲିସ ଏତଲା ପରେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରିବେ ବୋଲି ଜଣା ପଡିଛି।

Leave A Reply

Your email address will not be published.